ଜାତୀୟ

ଇସ୍ତଫା ପତ୍ରରେ କର୍ମଚାରୀ ଲେଖିଲେ, ‘ମଜା ନେହିଁ ଆ ରହା ହୈ’

ନୂଆଦିଲ୍ଲୀ: କର୍ମଚାରୀ ମାନେ ଇସ୍ତଫା ପତ୍ରରେ ଅନେକ କିଛି କଥା ଲେଖିଥାନ୍ତି। ଏଥିରେ ସେ ସଂସ୍ଥାକୁ ନେଇ ଅନେକ କିଛି କଥା ଲେଖିଥାନ୍ତି। କିନ୍ତୁ ଜଣେ କର୍ମଚାରୀ ଏକ ନିଆରା ଇସ୍ତଫା ପତ୍ର ଦେଇଛନ୍ତି। ଇସ୍ତଫା ପତ୍ରରେ ସେ ଲେଖିଛନ୍ତି, ‘ସାର୍‌ ମଜା ଆସୁନାହିଁ’। ଏହି ଇସ୍ତଫା ପତ୍ର ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ହର୍ଷ ଗୋଏଙ୍କା ନାମକ ଜଣେ ବ୍ୟକ୍ତି ତାଙ୍କ ଟ୍ବିଟର୍‌ରେ ଉକ୍ତ ଇସ୍ତଫା ପତ୍ରଟିକୁ ସେୟାର୍‌ କରିଛନ୍ତି।

ଏହି ଇସ୍ତଫା ପତ୍ରର ଅନେକ ଲୋକ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଏପରି ଇସ୍ତଫା ପତ୍ର ଲେଖିବାକୁ ସାହାସ ଦରକାର କରିଥିବା ବେଳେ କିଛି ଲୋକ ବ୍ୟକ୍ତି ଜଣଙ୍କ ଷ୍ଟ୍ରେଟ୍‌ ଫରୱାର୍ଡ ପିଲା ପରି ଲାଗୁଥିବା କହିଛନ୍ତି।
ଏହା ପୂର୍ବରୁ ମଧ୍ୟ ଏକ ଇସ୍ତଫ‌ା ପତ୍ର ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଇସ୍ତଫା ପତ୍ରରେ କର୍ମଚାରୀଜଣକ ମାତ୍ର ୩ଟି ଶବ୍ଦ ଲେଖିଥିଲେ। ତାହା ଥିଲା ‘ବାୟ ବାୟ ସାର୍‌’। ସେହି ଇସ୍ତଫା ପତ୍ରଟି ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିଲା। ଏଥିରେ ମଧ୍ୟ ଅନେକ ଲୋକ ପ୍ରତିକ୍ରିୟା ଦେଇଥିଲେ। ଇସ୍ତଫା ପତ୍ରଟି ଖୁବ୍‌ ମଜାଳିଆ ବୋଲି କିଛି ଲୋକ କହିଥିଲେ।

Related Articles

Back to top button