ଓଡ଼ିଶା
୨୪ ଘଣ୍ଟାରେ ଭାସିଗଲେ ୯, ଆହୁରି ଦୁଇ ଦିନ ବର୍ଷା ବିତ୍ପାତ
ଗୌହାଟୀ: ସାଙ୍ଘାତିକ ହେବାରେ ଲାଗିଛି ଆସାମ ବନ୍ୟାସ୍ଥିତି। ଚାରିଆଡେ ଜଳପ୍ରଳୟର ଭୟାବହ ଚିତ୍ର । ବନ୍ୟା ପାଣିରେ ଉବୁଟୁବୁ ୩୩ ଜିଲ୍ଲା । ୪୨ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭୧କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ବନ୍ୟାପାଣିରେ ଭାସିଯାଇ ୬ ଜଣଙ୍କ ମୃତ୍ୟୁ ହୋଇଛି । ଭୁସ୍ଖଳନ ଯୋଗୁଁ ଚାଚର ଜିଲ୍ଲାରେ ୩ ଜଣ ପ୍ରାଣ ହରାଇଛନ୍ତି ।
ବନ୍ୟାରେ ଭାସିଯାଇ ୮ ଜଣ ନିଖୋଜ ହୋଇଯାଇଛନ୍ତି । ନଗାଓଁ ଜିଲ୍ଲା କାମପୁର ଅଞ୍ଚଳରେ ବନ୍ୟାପାଣିରେ ଦୁଇ ପୋଲିସ ଅଧିକାରୀ ଭାସି ଯାଇଥିବା ସୂଚନା ରହିଛି । କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟଜଣଙ୍କ ପତ୍ତା ମିଳିପାରିନି । ବନ୍ୟା ସହ ଭୁସ୍ଖଳନ ଯୋଗୁଁ ଲୋକଙ୍କ ଦୁର୍ଦ୍ଦଶା ଆହୁରି ବଢ଼ି ଯାଇଛି ।
Nagaon, #AssamFloods | Some villages situated at Brahmaputra River bank have submerged. Affected population is 2.41 lakhs, affected crop area is 5,174 hectares. We’ve opened 30 relief camps with continued rescue ops: Udayaditya Gogoi, ACS-District Development Commissioner (19.06) pic.twitter.com/gfTsE0nA7z
— ANI (@ANI) June 19, 2022
୫,୧୩୭ ଗାଁରେ ବନ୍ୟାପାଣି ପଶି ଯିବାରୁ ୧୨.୭୬ ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି । ୫ ହଜାରରୁ ଊର୍ଦ୍ଧ୍ବ ଏକର ଚାଷଜମିରେ ବନ୍ୟାପାଣି ମାଡିଯିବାରୁ ଫସଲ ନଷ୍ଟ ହୋଇଛି । ପ୍ରଭାବିତଙ୍କ ପାଇଁ ୭୪୪ ରିଲିଫ କ୍ୟାମ୍ପ ଖୋଲାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭାରତୀୟ ସେନା, ପାରାମିଲିଟାରୀ ଫୋର୍ସ, ଏନଡିଆରଏଫ, ଏସଡିଆରଏଫ, ଅଗ୍ନିଶମ, ପୋଲିସ ବିଭାଗ ସହ ଭଲ୍ୟୁଣ୍ଟର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
Flood rescue op by Indian Army continued for the 4th consecutive day in 7 districts of Assam. Around 4500 stranded locals including critical patients, elders, women & children have been rescued. Timely supply of relief material to relief camps was provided: PRO Defence, Guwahati pic.twitter.com/Jw2R9FqMSW
— ANI (@ANI) June 19, 2022