ଓଡ଼ିଶା

କୋଣାର୍କକୁ ସଂଯୋଗ ହେବ ନୂଆ ରେଳ ରାସ୍ତା; 5G ସେବାରେ ଅନ୍ତର୍ଭୁକ୍ତ ହେବ ଓଡ଼ିଶା

ଭୁବନେଶ୍ବର: ଅର୍କ କ୍ଷେତ୍ର କୋଣାର୍କକୁ ସଂଯୋଗ ହେବ ନୂତନ ରେଳ ଲାଇନ । ଏଥି ନେଇ ଖୁବ ଶୀଘ୍ର ସର୍ଭେ କରାଯିବ । ମଙ୍ଗଳବାର ଏଭଳି ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱୀନି ବୈଷ୍ଣବ ।

ଓଡ଼ିଶା ଗସ୍ତରେ ଆସିଥିବା ଅବସରରେ ରାଜ୍ୟ ରେଳବାଇର ଅଗ୍ରଗତି ସମ୍ପର୍କରେ ଶ୍ରୀ ବୈଷ୍ଣବ ସମୀକ୍ଷା କରିଥିଲେ । କୋଣାର୍କକୁ ରେଳ ସଂଯୋଗ ଫଳରେ ପୁରୀ ଭୁବନେଶ୍ୱର କୋଣାର୍କ ସ୍ୱର୍ଣ୍ଣ ତ୍ରିଭୁଜ ପର୍ଯ୍ୟଟନ ସ୍ଥଳୀର ବିକାଶ ଶିଖରରେ ପହଞ୍ଚିବ । ରାଜ୍ୟକୁ ଦେଶର ବିଭିନ୍ନ ପ୍ରାନ୍ତରରୁ  ପର୍ଯ୍ୟଟକ ଆସିବା ସୁଗମ ହେବ । ଏହାଛଡ଼ା ଖୁବ ଶୀଘ୍ର ଓଡ଼ିଶାରେ ଆରମ୍ଭ ହେବ ୫ଜି ସେବା ।

ପ୍ରଥମ ପର୍ଯ୍ୟାୟ ଅଗଷ୍ଟ-ସେପ୍ଟେମ୍ବରରୁ ଭାରତର ୨୦-୨୫ଟି ସହରରେ ଏହି ସେବା ଆରମ୍ଭ ହେଉଛି । ଏଥିରେ ଓଡ଼ିଶାର କୌଣସି ସହର ନାହିଁ । ଏହି ୫ଜି ସେବାରେ ମଧ୍ୟ ଓଡ଼ିଶାକୁ ଅନ୍ତର୍ଭୁକ୍ତ କରାଯିବ ।  ଅଗ୍ନୀବୀର ଯୋଜାନାକୁ ନେଇ ରାଜନୀତି ନକରିବାକୁ ନିବେଦନ କରିଛନ୍ତି ରେଳମନ୍ତ୍ରୀ । ଭାରତୀୟ ଡ଼ିଫେନ୍ସ ସୁରକ୍ଷା ଏବଂ ଭବିଷ୍ୟତ ଦେଖି ଏହି ଯୋଜନାର ପରିକଳ୍ପନା କରାଯାଇଛି । ଏହାକୁ ସ୍ଵାଗତ କରିବା ଦରକାର ଅଯଥା ରାଜନୀତି ନହେଉ ବୋଲି ସେ କହିଛନ୍ତି ।

ଏହା ସହ ରେଳ, ବସଷ୍ଟାଣ୍ତ, ରାସ୍ତାଘାଟ ଜନସାଧାରଣଙ୍କର ସଂପତ୍ତି , ଜାତୀୟ ସଂପତ୍ତି ନଷ୍ଟ କରାନ ଯାଉ ବୋଲି ସେ ଯୁବ ବର୍ଗକୁ ଅନୁରୋଧ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com