ଓଡ଼ିଶା

ସପ୍ତମ ଦିନରେ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଅନବସର ଦର୍ଶନ, ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ବ୍ରହ୍ମଗିରି: ସପ୍ତମ ଦିନରେ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଅନବସର ଦର୍ଶନ । ବ୍ରହ୍ମଗିରିର ଅଲାରନାଥ  ପୀଠରେ ଶଙ୍ଖ, ଚକ୍ର, ଗଦା, ପଦ୍ମଧାରୀ ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କୁ ସୁସ୍ଥ କରିବା ପାଇଁ ଦଇତା ସେବାୟତମାନେ ଲାଗିପଡିଛନ୍ତି । ତେଣୁ ଭକ୍ତମାନେ ପଟିଦିଅଁ ରୂପରେ ଦର୍ଶନ କରୁଛନ୍ତି । ଜଗନ୍ନାଥ ଦର୍ଶନ ନପାଇ ଖିରି ଖିଆ ଠାକୁର ଅଲାରନାଥଙ୍କୁ ଦର୍ଶନ କରି  ସମଫଳ ପାଇବାର ବିଶ୍ବାସ ନେଇ ଭକ୍ତ ଛୁଟି ଆସୁଛନ୍ତି ବ୍ରହ୍ମଗିରିକୁ ।

ମଙ୍ଗଳବାର ଭୋର ୪ଟାରେ ମହାପ୍ରଭୁଙ୍କ ଦ୍ବାରଫିଟା ଯାଇ ୪ଟା ୧୫ମିନିଟ୍‌ରେ ମଙ୍ଗଳ ଆଳତୀ ହୋଇଥିଲା । ତାପରେ ତଡପଲାଗି, ଅବକାଶ, ବେଶ ଏବଂ ଗୋପାଳବଲ୍ଲଭ ସରିବା ପରେ ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com