ପୁରୀ: ଓଡିଶା ଇଣ୍ଟର ନ୍ୟାସନାଲ ସେଣ୍ଟର ପକ୍ଷରୁ ଦୀପଦାନ ସଦ୍ଭାବନା ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡଃ ପ୍ରଫେସର ଅଶୋକ ମହାପାତ୍ର ଯୋଗ ଦେଇଥିବା ବେଳେ କବି ଶଙ୍କର ପରିଡା, ଯୁବ ଜନ ପ୍ରତିନିଧି ଶୁଭାଶିଷ ଖୁଣ୍ଟିଆ, ସମାଜସେବୀ ରାଜକିଶୋର ପାତ୍ର, ପୁରୀର ପୂର୍ବତନ ପୌରଧ୍ୟକ୍ଷ ଗୌରହରି ପ୍ରଧାନ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।
ଗତ ବର୍ଷ ଡିସେମ୍ବର ୪ ଓ ୫ ତାରିଖରେ ପୁରୀ ସିଂହଦ୍ୱାର ଠାରୁ ଶରଧାବାଲି ପର୍ଯ୍ୟନ୍ତ ସମଗ୍ର ବିଶ୍ଵବାସୀଙ୍କ ମଙ୍ଗଳକାମନା କରି ଜଗନ୍ନାଥଙ୍କ ଧର୍ମ, ସଂସ୍କୃତିକୁ ଉଜ୍ଜିବିତ କରିବା ଉଦ୍ଦେଶ୍ୟରେ ଦେବ ଦିପାବଳୀ ପାଳନ ହୋଇଥିଲା। ଏଥିରେ ୧ ଲକ୍ଷ ଦୀପ ପ୍ରଜ୍ଜଳନ ପୂର୍ବକ ସମ୍ପୂର୍ଣ୍ଣ ବଡଦାଣ୍ଡକୁ ଆଲୋକିତ କରାଯାଇଥିଲା । ଯାହାକି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ବିଶେଷ ଭାବେ ଆଦୃତ ହୋଇଥିଲା। ଏଥିସହ ଏହି ଦୀପ ପ୍ରଜ୍ଜଳନ ଗିନିଜ୍ ବୁକ୍ ଅଫ୍ ବିଶ୍ୱ ରେକର୍ଡର ସମକକ୍ଷ ହୋଇଥିଲା। ଏହି ଦୀପ ପ୍ରଜ୍ଜଳନ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ପୁରୀର ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଉପଢୌକନ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା।
Back to top button