ଓଡ଼ିଶା

ଆତ୍ମସମର୍ପଣ କଲା ୧୫ଟି ମାମଲାରେ ଯଡ଼ିତ ଥିବା ଦୁର୍ଦ୍ଦାନ୍ତ ମାଓବାଦୀ; ମୁଖ୍ୟ ସ୍ରୋତକୁ ଫେରିବା ପାଇଁ ମିଳିବ ୩ଲକ୍ଷ ଟଙ୍କା

ରାଞ୍ଚି: ଝାଡ଼ଖଣ୍ଡର ହଜାରିବାଗରେ ଜଣେ ୨୮ ବର୍ଷୀୟ ମାଓବାଦୀ ଆତ୍ମ ସମର୍ପଣ କରିଛି। ଏହି ମାଓବାଦୀ ଜଣଙ୍କ ୧୫ଟି ମାମଲାରେ ପୋଲିସର ଟାର୍ଗଟ୍‌ରେ ଥିଲା। ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ସଙ୍ଗଠନର କମାଣ୍ଡର ଅନିଲ ଭୁୟାଁ ନିଜର ଅସ୍ତ୍ରଶସ୍ତ୍ର ଓ ବହୁମାତ୍ରାରେ କାରତୁସ ସହିତ ଏସପି (ପୋଲିସ ଅଧିକ୍ଷକ) ମନୋଜ ରତ୍ନ ଚୋଥେଙ୍କ ସାମ୍ନାରେ ଆାତ୍ମ ସମର୍ପଣ କରିଛି।

ଏସପି ମନୋଜ ରତ୍ନ ଚୋଥେ କହିଛନ୍ତି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ସଙ୍ଗଠନର ଜୋନାଲ କମାଣ୍ଡର ଦୁର୍ଯ୍ୟୋଧନ ମହତୋ ଓରଫ ମିଥିଳେଶର ମାଓ ଗୋଷ୍ଠୀରେ ଅନିଲ ଭୁୟାଁ ଜଣେ ପ୍ରମୁଖ ସଦସ୍ୟ ଥିଲା। ସେ ଲାତେହାର ଓ ହଜାରିବାଗ ଜିଲ୍ଲାରେ ଅନେକ ଅପରାଧ କରିଛି। ଅନିଲକୁ ସମାଜର ମୁଖ୍ୟ ସ୍ରୋତକୁ ଫେରିବା ପାଇଁ ୩ ଲକ୍ଷ ଟଙ୍କା ଦିଆଯିବ ଯେଉଁଥିରୁ ତାଙ୍କୁ ୫୦ ହଜାର ଟଙ୍କା ଚେକ୍‌ରେ ଦିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com