ଅନ୍ତର୍ଜାତୀୟଜାତୀୟ

ୟୁକ୍ରେନ ଲୋକଙ୍କୁ ରୁଷର ନାଗରିକତା ପ୍ରଦାନ କରିବାକୁ ଯୋଜନା, ପାସପୋର୍ଟ ଦେଉଛି ପୁଟିନ ସେନା

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶେଷ ହେବାର ନାଁ ଧରୁ ନାହିଁ । ଏହାରି ଭିତରେ ରୁଷର ଅଧିକାରୀମାନେ ଖେରସନର ନିଜ ଅଧିନରେ ଥିବା ସହରରେ ଲୋକଙ୍କୁ ପାସପୋର୍ଟ ବାଣ୍ଟିବା ଆରମ୍ଭ କରିଛି । ରିପୋର୍ଟ ଅନୁସାରେ, ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଖେରସନର ଲୋକେ ରୁଷ ପାସପୋର୍ଟ ହାସଲ କରିଛନ୍ତି । ଖେରସେନ ୟୁକ୍ରେନର ସେହି ସହର ମଧ୍ୟରୁ ଗୋଟିଏ ଯାହାକୁ ଯୁଦ୍ଧ ଆରମ୍ଭରେ ନିଜ ଅଧିନକୁ ଆଣିବାରେ ରୁଷ ସଫଳ ହୋଇଥିଲା ।

ରିପୋର୍ଟ ଅନୁସାରେ, ମେଲିଟୋପୋଲରେ ମଧ୍ୟ ରୁଷ ୟୁକ୍ରେନବାସୀଙ୍କୁ ନିଜର ପାସପୋର୍ଟ ଦେବା ଆରମ୍ଭ କରିଛି । କ୍ଷେତ୍ରୀୟ ପ୍ରଶାସନର ମସ୍କୋ ସମର୍ଥିତ ପ୍ରମୁଖ ଭ୍ଲାଦିମିର ସାଲଡୋ କହିଛନ୍ତି, ଖେରସନର ସବୁ ନିବାସୀଙ୍କୁ ଖୁବଶୀଘ୍ର ପାସପୋର୍ଟ ଏବଂ (ରୁଷ) ନାଗରିକତା ପ୍ରଦାନ କରାଯିବ । ଆମ ପାଇଁ ଏହା ଏକ ନୂଆ ଯୁଗର ଆରମ୍ଭ । ଏହା ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଅଟେ ।

ଅନ୍ୟପଟେ ୟୁକ୍ରେନ ଏବଂ ବ୍ରିଟେନର ଅଧିକାରୀ ଚେତାବନୀ ଜାରି କହିଛନ୍ତି ଯେ, ରୁଷ ସେନା ବଡ ଧରଣରେ ବିସ୍ଫୋରଣ କରିବା କରିବା ପାଇଁ ଘାତକ ହତିଆର ବ୍ୟବହାର କରିବାକୁ ଯୋଜନା କରୁଛୁ । ଅଧିକାରୀଙ୍କ କହିବା କଥା, ରୁଷ ସେନା ୟୁକ୍ରେନର ପୂର୍ବ ଭାଗକୁ ନିଜ ଅକ୍ତିଆରକୁ ଆଣିବାକୁ ଚାହୁଁଛି, ଏଥିପାଇଁ ଅଧିକ ଘାତକ ହତିଆର ବ୍ୟବହାର କରିପାରେ । କାରଣ ଦୀର୍ଘ ସମୟରୁ ଚାଲିଥିବା ଯୁଦ୍ଧ ଯୋଗୁଁ ଦୁଇ ଦେଶରେ ସୈନ୍ୟ ଉପକରଣର ଅଭାବ ଦେଖା ଦେବା ଆରମ୍ଭ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com