ଅନ୍ତର୍ଜାତୀୟ

ଘର ଦାମ୍ ଏତେ କମ୍ ଯେ, ଆପଣ ଚାହିଁବେ ପୁଳାଏ କିଣିବାକୁ

ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ:  କୁହାଯାଏ କି କିଣାବିକା ମାମଲାରେ ଭାରତୀୟ ମହିଳାମାନଙ୍କ ସହ କେହି ବି ପ୍ରତିନ୍ଦ୍ୱନ୍ଦ୍ୱିତା କରିପାରିବ ନାହିଁ । କୌଣସି ଜିନିଷର ମୂଲଚାଲ ମାମଲାରେ ସେମାନେ ଖୁବ୍ ବିକ୍ଷଣ ଥାନ୍ତି । ସେଥିପାଇଁ ସପିଂରେ ସେମାନେ ମାଷ୍ଟର ହୋଇଥାନ୍ତି । କିନ୍ତୁ ଏହି ମାମଲାରେ ଜଣେ ମହିଳା ଏଭଳି କାର୍ଯ୍ୟ କରିଛନ୍ତି ଯାହା ଶୁଣିବା ପରେ ଆପଣଙ୍କ ମୁଣ୍ଡ ଘୂରେଇ ଯିବ । ଏହି ମହିଳା ଜଣକ ଘର କିଣିଛନ୍ତି । ଆପଣ ଭାବୁଥିବେ କି ଏଥିରେ ବା ଆଶ୍ଚର୍ଯ୍ୟ ହେବା ଭଳି କଣ ଅଛି । କିନ୍ତୁ ସେ ଗୋଟିଏ ନୁହେଁ ୩ଟି ଘର କିଣିଛନ୍ତି୍ ତାପୁଣି ବିଦେଶରେ । କିନ୍ତୁ ଏହି ଘର ପାଇଁ ସେ କୋଟି କୋଟି କିମ୍ବା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିନାହାନ୍ତି । ମାତ୍ର ୩.୩୦ ଡଲାର ବା ୨୭୦ ଟଙ୍କାରେ ତାଙ୍କୁ ମିଳିଛି ୩ଟି ଘର ।

ଘଟଣା ଅନୁଯାୟୀ କାର୍ଲିଫର୍ଣ୍ଣିଆର ୪୯ ବର୍ଷୀୟ ରୁବିୟା ଡାନିଏଲ୍ ଏତିକି କମ୍ ମୂଲ୍ୟରେ ତିନି ତିନୋଟି ଘର କିଣିବାରେ ସଫଳ ହୋଇଛନ୍ତି । ଯାହା ପାଇଁ ସାରା ବିଶ୍ୱରେ ସେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସେ ଇଟାଲୀର ୧୦ ହଜାର ଜନସଂଖ୍ୟା ବିଶିଷ୍ଟ ଛୋଟ ସହର ମୁସୋମେଲିରେ ରହିବାକୁ ଚାଲିଆସିଛନ୍ତି । ସେ କିଣିସଥି!”ବା ୩ଟି ଘରକୁ ନେଇ ତାଙ୍କର ସ୍ୱପ୍ନ କିଛି ଅଲଗା ରହିଛି । ଏଡାରେ ସେ ଗୋଟିଏ ଘରକୁ ନିଜ ପାଇଁ ସଜାଡ଼ିବେ ଏବଂ ଅନ୍ର ଦୁଇଟି ଘରରୁ କୋଟିଏକୁ ଆର୍ଟ ଗ୍ୟାଲେରୀ ଓ ଅନ୍ୟଟିକୁ କମୁ୍ୟନିଟିର ୱେଲନେସ୍ ସେଣ୍ଟରରେ ପରିଣତ କରି ସହରର ହିତରେ ଲଗାଇବେ ।

କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟର କଥା ଏହି ଘର ଏତେ ସସ୍ତାରେ ମିଳିଥିଲେ ବି ଏହାର ମରାମତି ପାଇଁ ଅତିକମ୍ରେ ୨୪.୦୦୦ ଡ଼ଲାରରୁ ଆରମ୍ କରି ୯୦.୦୦୦ ଡ଼ଲାର ବା ୨୦ ରୁ ୭୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ତେବେ କୋଭିଡ଼ ପରେ ଇଟାଲୀର ଜାଗାବାଡ଼ି ବ୍ୟବସାୟ ମାନ୍ଦା ପଡ଼ିବା ପରେ ଏତେ କମ୍ ମୂଲ୍ୟରେ ଘର କିଣା ଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com