ଜାତୀୟରାଜନୀତି

ଶିବସେନା କର୍ମୀମାନେ ହେଉଛନ୍ତି ମୋର ସମ୍ପଦ : ଉଦ୍ଧବ ଠାକ୍‌ରେ

ମହାରାଷ୍ଟ୍ର  25/06/22 : ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ,  ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ଅଧ୍ୟକ୍ଷ  ଉଦ୍ଧବ ଠାକ୍‌ରେ  ଶୁକ୍ରବାର ରାତିରେ ଭିଡିଓ କନ୍‌ଫରେନ୍‌ସ ମାଧୟମରେ ଉଦ୍‌ବୋଧନ ଦେଇଥିଲେ ।  ଏହି ଉଦ୍‌ବୋଧନରେ ଠାକରେ କହିଛନ୍ତି- ଯେଉଁମାନେ ଯିବାକୁ ଚାହୁଁଛନ୍ତି, ସେମାନେ ଆରାମରେ ଯାଇପାରନ୍ତି । ମୁଁ ନୂଆ ଶିବସେନା ଗଢିବି । ଉଦ୍ଧବଙ୍କ ଏହି ଦୁଇପଦ କଥା ମହାରାଷ୍ଟ୍ର ରାଜନୀତିକୁ ସରଗରମ କରିଛି । ଠାକ୍‌ରେ ଏହା ମଧ୍ୟ କହିଛନ୍ତି ଯେ, ଶିବସେନା କର୍ମୀମାନେ ହେଉଛନ୍ତି ମୋର ସମ୍ପଦ । ସେମାନେ ମୋ ସହିତ ଅଛନ୍ତି । ସମାଲୋଚନାଜୁ ମୋର ଖାତିର ନାହିଁ । ନିଜ ଲୋକ ଶିବସେନା ପ୍ରତି ବିଶ୍ୱାସଘାତକତା କରିଛନ୍ତି ବୋଲି କହିଛନ୍ତି ଊଦ୍ଧବ ।

Related Articles

Back to top button
WP Twitter Auto Publish Powered By : XYZScripts.com