ଜାତୀୟରାଜନୀତି

ବିଦ୍ରୋହୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଡିଜିପିଙ୍କୁ ମହାରାଷ୍ଟ୍ର ରାଜ୍ୟପାଳଙ୍କ ଚିଠି

ମୁମ୍ୱାଇ: ମହାରାଷ୍ଟ୍ରରେ ଜାରି ରାଜନୈନିକ ସଂକଟ ମଧ୍ୟରେ ଶିବସେନାର ବିଦ୍ରୋହୀ ବିଧାୟକମାନେ ନିଜ ଜୀବନ ପ୍ରତି ବିପଦ ଥିବା କହିଥିଲେ । ଏହି ମାମଲାରେ ଏବେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ମୁମ୍ୱାଇ ପୋଲିସକୁ ଚିଠି ଲେଖିଛନ୍ତି। ଚିଠିରେ ବିଧାୟକଙ୍କୁ ସୁରକ୍ଷା ଦେବା କଥା କୁହାଯାଇଛି। ଏହାଛଡା ଆଜି ହିଁ କେନ୍ଦ୍ରୀୟ ସୁରକ୍ଷାକର୍ମୀଙ୍କୁ ବିଧାୟକଙ୍କ ସୁରକ୍ଷା ପାଇଁ ନିୟୋଜିତ କରାଯିବ। ଉଲ୍ଲେଖଯୋଗ୍ୟ ଯେ, ମହାରାଷ୍ଟ୍ର ରାଜନୀରେ ହଲଚଲ ଜାରି ରହିଛି। ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଶିବସୈନିକ ଲଗାତାର ପ୍ରଦର୍ଶନ କରିଛନ୍ତି। ବହୁ ବିଧାୟକଙ୍କ ଅଫିସରେ ପଶି ଭଙ୍ଗାରୁଜା କରିଥିଲେ। ଅନ୍ୟପେଟ ସିନ୍ଦେଙ୍କ ସହ ଅନ୍ୟ ବିଧାୟକଙ୍କ ପୋଷ୍ଟାର କଳା ମାଡ କରିଥିଲେ। ଏହାପରେ ବିଦ୍ରୋହୀ  ବିଧାୟକ ମହାରାଷ୍ଟ୍ର ସରକାରଠୁ ନିଜର ସୁରକ୍ଷା ଏବଂ ପରିବାରର ସୁରକ୍ଷା ଦାବି କରିଥିଲେ। ଏହା ପୂର୍ବରୁ ଶିବସେନାର ବିଦ୍ରୋହୀ ବିଧାୟକଙ୍କୁ Y ପ୍ଲସ୍ ସୁରକ୍ଷା ଦେବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଘୋଷଣା କରିଥିଲା। ଶିବସୈନିକ ବିଧାୟକଙ୍କ ଅଫିସ ଓ ବ୍ୟକ୍ତିଗତ ସମ୍ପତ୍ତି ଉପରେ ଆକ୍ରମଣ କରିବା ଘଟଣା ପରେ କେନ୍ଦ୍ର ସରକାର ତାଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି। ତେବେ ବିଧାୟକ ଏକନାଥ ସିନ୍ଦେଙ୍କୁ କିନ୍ତୁ ଏହି ସୁରକ୍ଷା ଦିଆଯାଇ ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com