ଜାତୀୟରାଜନୀତି

କାମାକ୍ଷା ମନ୍ଦିରରେ ପୂଜା କଲେ ଏକନାଥ , ଗୁରୁବାର କରିବେ ମୁମ୍ବାଇ ପ୍ରତ୍ୟାବର୍ତ୍ତନ

ଗୁରୁବାର ମହାରାଷ୍ଟ୍ର ଫ୍ଲୋର୍ ଟେଷ୍ଟ୍ ହେବ କି ନାହିଁ ତାକୁ ନେଇ ଲାଗି ରହିଛି ସସ୍ ପେନ୍ସ । ଏହାପୂର୍ବରୁ କିନ୍ତୁ ଗୌହାଟୀର ପ୍ରସିଦ୍ଧ କାମାକ୍ଷା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ । ମାତା କାମାକ୍ଷା ଦେବୀଙ୍କ ପୂଜାର୍ଚ୍ଚନା କରିବା ଲାଗି ‘ରେଡିସନ୍ ବ୍ଲୁ ହୋଟେଲ୍ ’ରୁ ବାହାରି ବିଦ୍ରୋହୀ ବିଧାୟକ ଏକାନଥ ସିନ୍ଦେ କାମାକ୍ଷା ମନ୍ଦିରକୁ ଯାଇଥିଲେ। ଗୌହାଟୀରେ ପହଞ୍ଚିବା ପରେ ପ୍ରଥମ ଥର ପାଇଁ ଏକନାଥ ହୋଟେଲରୁ ବାହାରକୁ ଆସିଛନ୍ତି । ସିନ୍ଦେଙ୍କ ସହିତ ଆଉ ୪ଜଣ ବିଦ୍ରୋହୀ ବିଧାୟକ ମଧ୍ୟ ପ୍ରଥମ ଥର ପାଇଁ ହୋଟେଲରୁ ବାହାରକୁ ଆସିଥିବା ଜଣାପଡ଼ିଛି। ସେପଟେ ବିଦ୍ରୋହୀ ବିଧାୟକଙ୍କ ସହ ସିନ୍ଦେ ଗୁରୁବାର ମୁମ୍ବାଇ ପ୍ରତ୍ୟାବର୍ତ୍ତନ କରିବେ । ମାତା କାମାକ୍ଷାଙ୍କୁ ଦର୍ଶନ କରି ମନ୍ଦିରରୁ ଫେରିବା ପରେ ସିନ୍ଦେ କହିଛନ୍ତି, ମହାରାଷ୍ଟ୍ର ଓ ମହାରାଷ୍ଟ୍ରବାସୀଙ୍କର ଶାନ୍ତି, ସମୃଦ୍ଧି କାମନା କରିଛି । ବିଧାନସଭା ପାଇଁ ଆବଶ୍ୟକ ପ୍ରକ୍ରିୟାର ଅଗ୍ରଗତି ନିମନ୍ତେ ଗୁରୁବାର ଆମେ ମୁମ୍ବାଇରେ ପହଞ୍ଚିବୁ ।

Related Articles

Back to top button
WP Twitter Auto Publish Powered By : XYZScripts.com