ଓଡ଼ିଶା
BMCରେ ସୁରକ୍ଷା ନେଇ ବୈଠକ, ଅନ୍ୟପଟେ OAS ସଂଘର କାର୍ଯ୍ୟବନ୍ଦ ପ୍ରତିବାଦ ଜାରି

ଭୁବନେଶ୍ୱର, ୦୨|୦୭: ଭୁବନେଶ୍ୱର ମୁନିସିପାଲ୍ କର୍ପୋରେସନ (BMC) କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ବୁଧବାର ଦିନ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ମେୟର, ବରିଷ୍ଠ ଅଧିକାରୀମାନେ, ସୁରକ୍ଷା ଏଜେନ୍ସି ଓ ସ୍ମାର୍ଟ ସିଟି ଅଧିକାରୀମାନେ ଉପସ୍ଥିତ ରହି ସୁରକ୍ଷା ବିଧିବଧାନ ନେଇ ଆଲୋଚନା କରିଛନ୍ତି। ସର୍ବସାଧାରଣ ଓ କର୍ମଚାରୀଙ୍କ ନିରାପତ୍ତା ପାଇଁ BMC ପରିସରରେ ସୁରକ୍ଷା ବୃଦ୍ଧିକରଣ ଉପରେ ଗୁରୁତ୍ୱ ଦିଆଯାଇଛି।
ଅନ୍ୟପକ୍ଷରେ, BMC ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ OAS ସଂଘ ପ୍ରତିବାଦ ଜଣାଇଛନ୍ତି। ଏହି ଘଟଣା ବିରୋଧରେ ଅର୍ନିଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ଫଳସ୍ୱରୂପ ବିଭିନ୍ନ ସ୍ଥାନରେ ଅଫିସ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ଓ ସାଧାରଣ ଜନତା ସେବାରେ ବ୍ୟାଘାତ ସୃଷ୍ଟି ହେଉଛି।