ଓଡ଼ିଶା

ମହାପ୍ରଭୁଙ୍କ କୃପାରୁ ରୋଗ ମୁକ୍ତ ହେଲେ ଜୟନ୍ତ, ନିର୍ମାଣ କଲେ ଜଗନ୍ନାଥ ଓ ଲକ୍ଷ୍ମୀ ମନ୍ଦିର

ସୋରୋ: ଜଣେ ଯୁବକ ତିନି ଥର ଅଜଣା ରୋଗରୁ ମୃତ୍ୟୁ ମୁଖରୁ ବଞ୍ଚିଲେ । ଶ୍ରୀ ଜଗନ୍ନାଥଙ୍କ ଭକ୍ତି ପ୍ରେମରେ ପଡି ଗ୍ରାମ ଲୋକଙ୍କ ସହଯୋଗରେ ନିର୍ମିତ କଲେ ଜଗନ୍ନାଥ ଓ ଲକ୍ଷ୍ମୀ ମନ୍ଦିର । ଏବେ ନିର୍ମାଣ ଚାଲିଛି ମାଉସୀ ମା ମନ୍ଦିର । ଯୁବକ ଜଣକ ସ୍ଵାସ୍ଥ୍ୟ ବିଭାଗରେ ଚାକିରୀ କରି ଜୀବିକା ନିର୍ବାହ କରୁଥିଲେ । ହେଲେ ସଂସାର ଜୀବନ ଅଧା ବାଟରେ ଅଟକି ଗଲା ।

କେଉଁ ଅକlଳ ରୋଗ ଯୁବକଙ୍କୁ ମଡି ବସିଲା ଯେ ସୋର ଠାରୁ କଟକ ଦୌଡି ରୋଗ ମୁକ୍ତରୁ ନିରାଶ ହେଲେ । ଶେଷରେ ପୁଅକୁ ପରାମର୍ଶ ଦେଲେ ମହାପ୍ରଭୁ ଜଗନ୍ନାଥଙ୍କ ଶରଣାପନ୍ନ ହେବାକୁ । ସେୟା ହେଲା ପୁଅ ପୁରୀ ଶ୍ରୀ ମନ୍ଦିରକୁ ଯାଇ ଜଗନ୍ନାଥଙ୍କ ଶରଣାପନ୍ନ ହେବାକୁ ରୋଗ ମୁକ୍ତ ହେଲେ ଯୁବକ । ସେହିଦିନଠାରୁ ଯୁବକ ଜଗା ପ୍ରେମରେ ପଡିଗଲେ ।

୨୦୧୮ ମସିହାରେ ନିଜ ମାଟି ଘରେ ଜଗନ୍ନାଥ, ଭଉଣୀ ସୁଭଦ୍ରା ଓ ବଡ ଭାଇ ବଳଭଦ୍ରଙ୍କୁ ରଖି ପୂଜା ପାଠ କଲେ । ଏହା ପରେ ଗାଁ ଗଣେଶ ମଣ୍ଡପରେ ପ୍ରତ୍ୟେହ ଭଜନ ମଣ୍ଡପରେ ସେ ସାମିଲ ହୋଇ ଗାଁ ଲୋକଙ୍କ ସହାୟତାରେ ଜୟ ଜଗନ୍ନାଥ ଦାସଦାସୀ କମିଟି ଗଢାହେଲା । ସେବେଠୁ ଠାକୁରଙ୍କ ୧୨ ମାସ ତେର ପର୍ବ ହେଉଛି । ଚଳିତ ବର୍ଷ ଗାଁରେ ନୂଆ କରି ରଥ ଯାତ୍ରା ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com