ଓଡ଼ିଶା
ଭୁବନେଶ୍ୱରରେ ୨୫ଟି UPHC/UCHCରେ କୋଭିଡ୍ ଟେଷ୍ଟ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ ହେବା ପରେ ଏବେ କରୋନା ସଂକ୍ରମଣ ରୋକିବାକୁ ଟେଷ୍ଟିଂ ଓ ଟ୍ରାକିଂକୁ ଜୋରଦାର କରାଯାଇଛି। ଆଜି ଭୁବନେଶ୍ୱରରେ ୨୫ଟି UPHC/UCHCରେ କୋଭିଡ୍ ଟେଷ୍ଟ ବ୍ୟବସ୍ଥା କରାଯାଇଛି। ସକାଳ ୯ଟାରୁ ୧୧ଟା ୩୦ ଓ ସନ୍ଧ୍ୟା ୫ଟାରୁ ୭ଟା ପର୍ଯ୍ୟନ୍ତ ଟେଷ୍ଟ କରାଯିବ। କ୍ୟାପିଟାଲ ହସ୍ପିଟାଲ୍ରେ ସକାଳ ୮ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଟେଷ୍ଟିଂ କରାଯିବ। ଲୋକେ ବିନାମୂଲ୍ୟରେ ଏହାର ସୁବିଧା ନେଇପାରିବେ।
ସୂଚନା ଥାଉକି, ରାଜ୍ୟରେ ୨୪ ଘଣ୍ଟାରେ ଆଉ ୩୪୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହା ଭିତରେ ଲୋକାଲ କେସ୍- ୧୪୪, କ୍ୱାରେଣ୍ଟିନରୁ ୨୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୪୯ ଜଣ ଆକ୍ରାନ୍ତ ରହିଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୯, କଟକରୁ ୫୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ଟିଭ କେସ୍- ୧୩୧୦ ରହିଛି।
Dear Citizens,
Here is the list of #COVID19 Testing centres in Bhubaneswar.
Get yourselves tested if you have any symptoms.@CMO_Odisha @IPR_Odisha @HFWOdisha @HUDDeptOdisha @SRC_Odisha pic.twitter.com/Chk13bMbyc— BMC (@bmcbbsr) July 3, 2022