ଅନ୍ତର୍ଜାତୀୟଭାଇରାଲ୍ ଭିଡିଓ

କୁମ୍ଭୀର କନ୍ୟାକୁ ମେୟର ବର

ମେକ୍ସିକୋ – ବିବାହ ଏମିତି ଏକ ଶବ୍ଦ ଯାହାକୁ ଶୁଣିଲେ ଅନେକ ଭାବନା ଆସିଥାଏ । ଆଖି ଆଗକୁ ଆସିଯାଏ ଜୀବନ ସାଥୀର ମୁହଁ । କିନ୍ତୁ ଜୀବନ ସାଥୀ ଯଦି କୁମ୍ଭୀର ହୋଇଥିବ ତେବେ ଏହା କେମିତି ଲାଗିବ ? କାହାଣୀ ଭଳି ଲାଗୁଥିଲେ ବି ସତରେ ଏମିତି ଘଟଣା ଘଟିଛି ମେକ୍ସିକୋର ଏକ ଗାଁରେ । ମହିଳାଙ୍କ ପରିବର୍ତ୍ତେ ଏକ କୁମ୍ଭୀରକୁ ବିବାହ କରି ଚର୍ଚ୍ଚାରେ ରହିଛନ୍ତି ସୈନ ପେଡ୍ରୋ ହୁଆମେଲୁଲାର ମେୟର ଭିକ୍ଟର ହ୍ୟୁଗୋ ସୋସା । ବିବାହରେ କୁମ୍ଭୀର ଧଳାରଙ୍ଗର ଗାଉନ ପିନ୍ଧି ଓଢଣୀ ପକାଇଛି । ମେୟର ମଧ୍ୟ ନିଜ କନ୍ୟାକୁ ହାତରେ ଧରି ସ୍ଥାନୀୟ ଲୋକଙ୍କ ସହ ଗାଁ ଭିତରେ ପାରମ୍ପାରିକ ବାଦ୍ୟଯନ୍ତ୍ର ବଜାଇ ଯାଉଥିବା ଦେଖିବାକୁ ମିଳିଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯେ, ମେୟର ନିଜ ନବ ବିବାହିତା ପତ୍ନୀ କୁମ୍ଭୀରଙ୍କୁ ଚୁମ୍ବନ ଦେଉଛନ୍ତି । କୌଣସି ଅପ୍ରିତିକର ପରିସ୍ଥିତି ଯେପରି ନ ଉପୁଜେ ସେଥିପାଇଁ କୁମ୍ଭୀର ମୁହଁକୁ ବନ୍ଧା ଯାଇଛି । ଯାହା ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com