Featuredଓଡ଼ିଶା

ମାଈହାତୀର ମୃତଦେହ ଉଦ୍ଧାର

ରାଉରକେଲା ବନଖଣ୍ଡ ଦଲକି ପଂଚାୟତ ମୁଣ୍ଡାଟୋଲି ନିକଟରେ ମାଈହାତୀର ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ବିଦ୍ୟୁତ ଆଘାତରୁ ହାତୀର ମୃତ୍ୟୁ ହୋଇଥିବା ସ୍ଥିନୀୟ ଲୋକ କହିଛନ୍ତି । ରାଉରକେଲା ବନ ବିଭାଗ ଅଧିକାରୀ ପହଂଚି ତଦନ୍ତ କରିଛନ୍ତି। ବ୍ୟବଚ୍ଛେଦ ପରେ ମୃତ ହାତୀକୁ ସେଠାରେ ପୋତି ଦିଆଯାଇଛି। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ରାଇରଙ୍ଗପୁର ରେଞ୍ଜ ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ରାଇରଙ୍ଗପୁର ରେଞ୍ଜ ଅନ୍ତର୍ଗତ ସରଗଡା ସେକ୍ସନର ସାରଣ୍ଡା ଜଙ୍ଗଲ ନିକଟ ଦଳେଇଡ଼ିହି ଗ୍ରାମ ଦେଇ ଏକ ବାର ଟିକିଆ ହାତୀପଲ ଆସିଥିଲେ। ଏଥିରୁ ଏକ ମାଈ ହାତୀ ଗାଁ ନିକଟରେ ଥିବା ଡଗୱେଲରେ ପଡି ଯାଇଥିଲା। ଅନ୍ୟ ହାତୀମାନେ ଅନେକ ସମୟ ପର୍ଯ୍ୟନ୍ତ କୂଅ ପାଖରେ ଜଗି ରହିଥିଲେ ମଧ୍ୟ ଉଦ୍ଧାର କରିନପାରି ଶେଷରେ ସେ ସ୍ଥାନ ଛାଡି ଜଙ୍ଗଲକୁ ପଳାଇଥିଲେ। ଗାଁ ଲୋକେ ଆଜି କୂଅରେ ହାତୀ ପଡ଼ିଥିବା ଦେଖି ବନବିଭାଗକୁ ଜଣାଇଥିଲେ। ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଂଚି ଜେସିବି ମେସିନ ସାହାଯ୍ୟରେ ମୃତ ହାତୀକୁ କୂଅରୁ ଉଦ୍ଧାର କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com