ଓଡ଼ିଶା

ସାମ୍ନାକୁ ଆସିଲେ ଜଣେ ଆତ୍ମଘୋଷିତ ମାତା, ନିଜକୁ ବୋଲାଉଛନ୍ତି ମା’ ଶାରଳାଙ୍କ ଅବତାର

କେନ୍ଦ୍ରାପଡା: କେନ୍ଦ୍ରାପଡ଼ାରେ ପୁଣି ଜଣେ ଆତ୍ମଘୋଷିତ ମାତା । ଭଣ୍ଡ ସାରଥୀ ପରେ ଏବେ ସାମ୍ନାକୁ ଆସିଛନ୍ତି ମାଆ ଶାରଳା । ନିଜକୁ ମା’ ଶାରଳାଙ୍କ ଅବତାର କହି ଏବେ ଚର୍ଚ୍ଚାରେ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ହରିଅଙ୍କ ଦଳିତ ସାହିର ଜଣେ ମହିଳା ସୋନାଲି ।

ନିଜ ଶକ୍ତି ବଳରେ ମହିଳା ଜଣଙ୍କ ବିଭିନ୍ନ ରୋଗ ଭଲ କରି ଦେଉଥିବା କହୁଛନ୍ତି । ଏପରିକି ସେ ହରିଅଙ୍କ ସାହିକୁ ଦ୍ଵିତୀୟ କନକପୁର କରିବେ ବୋଲି ଦାବି କରୁଛନ୍ତି । ସେପଟେ ମହିଳାଙ୍କୁ କିଛି ଲୋକ ସମର୍ଥନ କରୁଥିବା ବେଳେ ଆଉ କିଛି ଲୋକ ବିରୋଧ କରୁଛନ୍ତି।

ମହିଳା ଜଣଙ୍କ ନିଜ ଘରେ ଉଚ୍ଚ ସ୍ଵରରେ ଲାଉଡସ୍ପିକର ବଜାଇବା ସହ ଭଜନ କୀର୍ତ୍ତନ କରୁଥିବାରୁ କିଛି ସ୍ଥାନୀୟ ଲୋକେ ଅତିଷ୍ଠ ହୋଇ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ତେବେ ନିଜକୁ ଆତ୍ମଘୋଷିତ ଦେବୀ ବୋଲାଉଥିବା ଏହି ମହିଳାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ।

Related Articles

Back to top button
WP Twitter Auto Publish Powered By : XYZScripts.com