
ମୟୂରଭଞ୍ଜ: କାନ୍ଧରେ କାନ୍ଧ ମିଶାଇ ତାଳରେ ତାଳ ମିଶାଇ ନାଚିଲେ ଗାଇଲେ ମହାମହିମ । ଗାଁ ପରିବେଶରେ ଏପତି ବିଭୋର ହୋଇଗଲେ ରାଷ୍ଟ୍ରପତି ସତେ ଯେମିତି ସେ ଜଣେ ସାଧାରଣ ନାଗରିକ । ନିଜ ଜନ୍ମମାଟିରେ ଶୁକ୍ରବାର ଖୁସି ମନାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଇରଙ୍ଗପୁରର ଉପରବେଡ଼ା ନିଜ ଗାଁ ମହିଳାମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ନାଚିଛନ୍ତି ରାଷ୍ଟ୍ରପତି। ଏହା ସହ ପ୍ରୋଟକଲ ଭାଙ୍ଗି ମହାମହିମ ସାଧାରଣ ଲୋକଙ୍କୁ ମଧ୍ୟ ଭେଟିଥିଲେ।