Breaking NewsFeaturedଓଡ଼ିଶା

୨୬ତମ ରାଜ୍ୟପାଳ ଭାବ ଅବସ୍ଥାପିତ ହେବେ ରଘୁବର ଦାସ, ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ

ଓଡିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ରଘୁବର ଦାସ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ନିଯୁକ୍ତି ନେଇଛନ୍ତି । ରାଷ୍ଟ୍ରପତି ଭବନରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ୨୬ତମ ରାଜ୍ୟପାଳ ଭାବ ଅବସ୍ଥାପିତ ହେବେ ରଘୁବର । ବର୍ତ୍ତମାନ ଓଡିଶାର ରାଜ୍ୟପାଳ ଥିବା ପ୍ରଫେସର ଗଣେଶୀ ଲାଲ ୨୦୧୮ରେ ଆସନରେ ବସିଥିଲେ। ତାଙ୍କ କାର୍ୟ୍ୟ କାଳ ୨୦୨୩ ମା’ ମାସରେ ଶେଷ ହୋଇଥିଲେ ମଧ୍ୟ ତାଙ୍କ କାର୍ୟ୍ୟ କାଳକୁ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ଥାନରେ ରଘୁବର ଦାସ ନୂଆ ରାଜ୍ୟପାଳ ଭାବେ ଆସନରେ ବସିବେ ।

ତେବେ ୬୯ ବର୍ଷୀୟ ରଘୁବରଙ୍କ ରାଜନୀତିରେ ରହିଛି ଦୀର୍ଘ ବର୍ଷର ଅଭିଜ୍ଞତା । ଏହି ଗୁରୁଦାୟିତ୍ୱ ପାଇବା ପୂର୍ବରୁ ସେ ଝାଡ଼ଖଣ୍ଡର ଉପମୁଖ୍ୟମନ୍ତ୍ରୀ ଏବଂ ପରେ ଝାଡ଼ଖଣ୍ଡର ଷଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ । ସେ ଝାଡ଼ଖଣ୍ଡ ବିଧାନସଭାକୁ ୫ଥର ନିର୍ବାଚିତ ହୋଇଛନ୍ତି । ୧୯୭୭ରେ ଜନତା ପାର୍ଟିରେ ଯୋଗ ଦେଇଥିବା ରଘୁବର ୧୯୮୦ରେ ବିଜେପିର ପ୍ରତିଷ୍ଠାତା ସଦସ୍ୟ ରହିଥିଲେ । ସେହିପରି ଜାମସେଦପୁର ପୂର୍ବ ବିଧାନସଭା ଆସନରୁ ସେ ବିହାର ବିଧାନସଭାକୁ ୧୯୯୫ରେ ନିର୍ବାଚିତ ହୋଇଥିଲେ । ସେହିଭ଼ଳି ୨୦୦୪ରେ ଝାଡ଼ଖଣ୍ଡ ରାଜ୍ୟ ବିଜେପିର ସଭାପତି ଏବଂ ୨୦୦୫ରେ ଅର୍ଜୁନ ମୁଣ୍ଡାଙ୍କ ନେତୃତ୍ୱାଧୀନ ଝାଡ଼ଖଣ୍ଡ ବିଜେପି ସରକାରରେ ସେ ସହରାଞ୍ଚଳ ବିକାଶ ମନ୍ତ୍ରୀ ରୂପେ ନିଯୁକ୍ତି ପାଇଥିଲେ । ଏଥିସହିତ ୨୦୦୯ରେ ସେ ଶିବୁ ସୋରେନଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ହେବାସହ ୨୦୧୪ରେ ବିଜେପି ସରକାରରେ ଝାଡ଼ଖଣ୍ଡର ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ ରଘୁବର ।

୧୯୫୫ ମେ ୩ରେ ଜନ୍ମ ଗ୍ରହଣ କରିଥିବା ରଘୁବର ଦାସ ଭାଲୁବସା ହରିଜନ ହାଇସ୍କୁଲର ମ୍ୟାଟ୍ରିକ ଓ ଜାମସେଦପୁର କୋ-ଅପରେଟିଭ୍‌‌ କଲେଜରୁ ସ୍ନାତକ ଶିକ୍ଷା ଶେଷକରି ଆଇନରେ ସ୍ନାତକ ଡ଼ିଗ୍ରୀ ହାସଲ ପରେ ଟାଟା କମ୍ପାନୀରେ ଯୋଗ ଦେଇଥିଲେ । ତେବେ ତେବେ ରଘୁବର ଓଡ଼ିଶାର ନୂଆ ରାଜ୍ୟପାଳ ଘୋଷଣା ହେବାପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟା ନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସେପଟେ ତ୍ରିପୁରାର ନୂଆ ରାଜ୍ୟପାଳ ଭାବେ ଇନ୍ଦସେନ ରେଡ୍ଡୀଙ୍କୁ ନିଯୁକ୍ତ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com