ଓଡ଼ିଶା

ସ୍କୁଲ ଭିତରକୁ ସାମ୍ବାଦିକଙ୍କୁ ବାରଣ ନେଇ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ : ଗଣଶିକ୍ଷା ମନ୍ତ୍ରୀ

ବ୍ରହ୍ମପୁର: ସ୍କୁଲ ଭିତରକୁ ପ୍ରବେଶ ନେଇ ସାମ୍ବାଦିକଙ୍କୁ ବାରଣ କରାଯାଇଥିବା ନେଇ ସେମିତି କିଛି ନିଷ୍ପତ୍ତି ଗଣଶିକ୍ଷା ବିଭାଗ ପକ୍ଷରୁ ନିଆଯାଇ ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ସେ କହିଛନ୍ତି ସାମ୍ବାଦିକଙ୍କ ପ୍ରତି ସବୁବେଳେ ସମ୍ମାନ ରହିଛି । ସ୍କୁଲର ଭଲ ମନ୍ଦ,  ଦୋଷ ଦୁର୍ବଳତା ଖବର ସାମ୍ବାଦିକଙ୍କ ଦ୍ବାରା ଅବଗତ ହୋଇ ସମାଧାନର ବ୍ୟବସ୍ଥା କରିଥାଉ। ଢେଙ୍କାନାଳ ଡିଇଓ ସ୍ଥାନୀୟ ସମସ୍ୟାକୁ ନେଇ ଏଭଳି ନିଷ୍ପତ୍ତି ନେଇଥିବା ନଜରକୁ ଆସିଛି। ଏ ଉପରେ ସବିଶେଷ ଆଲୋଚନା କରିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com