ଓଡ଼ିଶା
ଅଭିଯୋଗ ପରେ ହଟିଲା ୮୦% ହୋର୍ଡିଂ, ଅବଶିଷ୍ଟ ୨୦% ହଟାଇବାକୁ ନିର୍ଦ୍ଦେଶ

ପୁରୀ() ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଲାଗୁ ହୋଇଛି ଆଦର୍ଶ ଆଚରଣବିଧି । କିନ୍ତୁ ପୁରୀ ସହର ଓ ସଦର ତଥା ଜିଲ୍ଲାର କିଛି ସ୍ଥାନରେ ନେତାଙ୍କ ଫଟୋ ଥାଇ ବଡ଼ ବଡ଼ ହୋର୍ଡିଂ ଲାଗିଛି। ଏହା ଆଦର୍ଶ ନିର୍ବାଚନ ଆଚରଣବିଧି ଉଲ୍ଲଘଂନ କରୁଥିବା ଅଭିଯୋଗ ଆଣି ସାମାଜିକ ସଂଗଠନ ଆସୋସିଏସନ ଫର ଟୁଇଟର ଆକ୍ଟିଭିଟିଜ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି।
ଜିଲ୍ଲାର ୮୦ ପ୍ରତିଶତ ହୋର୍ଡିଂ ହଟାଯାଇଛି। ଅବଶିଷ୍ଟ ୨୦ ପ୍ରତିଶତ ହୋର୍ଡିଂ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।