ଅନ୍ତର୍ଜାତୀୟଜାତୀୟ

କିଏ ସେହି ସିଭୋନ୍ ଜିଲିସ୍, ଯିଏ ଏଲନ୍ ମସ୍କଙ୍କ ଯାଆଁଳା ସନ୍ତାନର ଜନନୀ !

ଓ୍ୱାଶିଂଟନ୍: ଦୀର୍ଘ ସମୟରୁ ଟେସଲା ଚିଫ୍ ଏଲନ୍ ମସ୍କ ତାଙ୍କ ବୃତ୍ତିଗତ ଜୀବନଠୁ ବି ଅଧିକ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର କେନ୍ଦ୍ର ରହିଆସିଛନ୍ତି। ନିକଟରେ ସେ ତାଙ୍କ ନ୍ୟୁରାଲିଙ୍କ୍ କମ୍ପାନୀର ଟପ୍ ଏକ୍ଜିକ୍ୟୁଟିଭ୍‌ଙ୍କ ସାଙ୍ଗରେ ଟ୍ୱିନ୍ସ ସନ୍ତାନଙ୍କ ବାପା ହେବାର ସିକ୍ରେଟ୍ ଖବର ସାମ୍ନାକୁ ଆସିଥିଲା । ଏହାପରେ ଅନେକ ଗୁଜବ ଉଠିଥିଲା  କିଏ ସେହି ମହିଳା ଯିଏକି, ଏଲନଙ୍କ ଟ୍ୱିନ୍ସ ସନ୍ତାନଙ୍କ ମା’ ।

ଯାହାଙ୍କ ସାଙ୍ଗରେ ଏଲନଙ୍କ ଆଫେୟର୍ ଥିବାର ଖବର ମଧ୍ୟ ସାମ୍ନାକୁ ଆସିଥିଲା । ଏବେ ସେହି ମହିଳାଙ୍କର ସଂପୂର୍ଣ୍ଣ ପରିଚୟ ସାମ୍ନାକୁ ଆସିଛି। ସେହି ମହିଳା ଜଣକ ହେଉଛନ୍ତି ସିଭୋନ୍ ଜିଲିସ୍ ଯିଏ ଏଲନଙ୍କର ଯାଆଁଳା ସନ୍ତାନଙ୍କୁ ଜନ୍ମ ଦେଇଥିବାର କୁହାଯାଉଛି । ଏହାମଧ୍ୟ କୁହାଯାଉଛି ଯେ ସେ ଏହି ଯାଆଁଳା ସନ୍ତାନଙ୍କୁ ନଭେମ୍ବର ୨୦୨୧ ରେ ଜନ୍ମ ଦେଇଛନ୍ତି ।

ଏହି ଖବରଟି ସାମ୍ନାକୁ ଆସିବାପରେ ମସ୍କ ଏହାକୁ ଅସତ୍ୟ ବୋଲି ପ୍ରମାଣ କରିନଥିଲେ । ବରଂ ଏକ ଟ୍ୱିଟ୍ ଜରିଆରେ ସେ ଏହି ଖବରକୁ କନଫର୍ମ କରିଥିଲେ। ସେହି ଟ୍ୱିଟରରେ ଉଲ୍ଲେଖ ଥିଲା “ଡୁଇଙ୍ଗ ମାଇଁ ବେଷ୍ଟ ଟୁ ହେଲ୍ପ ଦ ଅଣ୍ଡର ପପୁଲେସନ୍ କ୍ରାଇସିସ୍ । ଏ କୋଲାପସିଙ୍ଗ୍ ବାର୍ଥ ରେଟ୍ ଇଜ୍ ଦ ବିଗେଷ୍ଟ ଡେଞ୍ଜର ସିଭିଲାଇଜେସନ୍ ଫେସେସ୍ ବାଇ ଫାର୍।

୩୬ ବର୍ଷୀୟା  ସିଭୋନ୍ ଓ ମସ୍କଙ୍କର ଦେଖା ହୋଇଥିଲା ସାନ୍ ଫାନ୍ସିସ୍କୋ ଠାରେ। ସେତେବେଳେ ସେ ମସ୍କଙ୍କର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କମ୍ପାନୀ  ଓପନ୍ ଏ ଆଇରେ ଆଡଭାଇଜର୍ ପୋଷ୍ଟ୍ ପାଇଥିଲେ । ଏହା ଏକ ନନ୍ ପ୍ରଫିଟ୍ କମ୍ପାନୀ । ଏଠାରେ କାମ କରିବା ସମୟରେ ହିଁ ସିଭୋନ୍ ଗୋଟିଏ ପରେ ଗୋଟିଏ ସଫଳତାର ସିଡି ଚଢିଚାଲିଲେ ।

ପରେ ବନିଯାଇଥିଲେ ମସ୍କଙ୍କର ଟପ୍ ଏକ୍ଜିକ୍ୟୁଟିଭଙ୍କ ଭିତରୁ ଜଣେ । ସିଭୋନ୍ ଜଣେ କାନାଡିଆନ୍ । ରିପୋର୍ଟ ଅନୁସାରେ ତାଙ୍କ ମା ଜଣେ ପ୍ରବାସୀ ଭାରତୀୟ । ସିଭୋନ୍ ୟେଲ୍ ୟୁନିଭର୍ସିଟିରେ ଅର୍ଥନୀତି ଓ ଦର୍ଶନ ଶାସ୍ତ୍ର ଅଧ୍ୟୟନ କରିଛନ୍ତି । ଏବେ ସେ ନ୍ୟୁରାଲିଙ୍କରେ ଅପରେସନ ଓ ସ୍ପେଶାଲ ପ୍ରୋଜେକ୍ଟର ନିର୍ଦ୍ଦେଶକ ଅଛନ୍ତି । ୨୦୧୭ ରୁ ସେ ଏହି କମ୍ପାନୀ ସାଙ୍ଗେ ଜଡିତ ଅଛନ୍ତି ।

ସୂଚନାନୁସାରେ ଏଲନ୍ ଓ ଜିଲିସ୍ ଙ୍କ ଜାଆଁଳା ସନ୍ତାନ ଜନ୍ମ ହେବାର କିଛି ସପ୍ତାହ ପରେ ଏକ୍ସ ଗଲଫ୍ରେଣ୍ଡ୍ ଗ୍ରୀମ୍ସଙ୍କ ସହ ତାଙ୍କ ଦ୍ବିତୀୟ ସନ୍ତାନ ଜନ୍ମ ନେଇଥିଲା । ଏହା ଡିସେମ୍ବର ୨୦୨୧ରେ ସରୋଗେସି ସର୍ଜରୀ ମାଧ୍ୟମରେ ହୋଇଥିଲା । ଏହି ଯାଆଁଳା ସନ୍ତାନଙ୍କୁ ମିଶାଇ ୫୧ ବର୍ଷୀୟ ଏଲନ୍ ଏବେ ୯ଟି ସନ୍ତାନର ପିତା ଅଟନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com