ଅନ୍ତର୍ଜାତୀୟଜାତୀୟ

ଆଜି ରାତିରେ ଦେଖା ଯିବ ‘ବକ୍ ସୁପରମୁନ୍’, ପୃଥିବୀର ନିକଟତମ ହେବେ ଚନ୍ଦ୍ର

ଗୁରୁପୂର୍ଣ୍ଣିମା ୧୩ ଜୁଲାଇ ବୁଧବାର ଆକାଶରେ ଦେଖାଯିବ ନୈଶର୍ଗିକ ଦୃଶ୍ୟ। ପୃଥିବୀର ନିକଟତମ ହେବେ ଚନ୍ଦ୍ର, ଏଣୁ ଅନ୍ୟ ପୂର୍ଣ୍ଣିମା ତୁଳନାରେ  ଆଜିର ଚନ୍ଦ୍ରଙ୍କ ଆକାର ଓ ଉଜ୍ଜ୍ୱଳତା ଢେର ଅଧିକ ରହିବ। ଏଣୁ ଏହାକୁ ସୁପରମୁନ କୁହାଯାଉଥିବା ବେଳେ ଏହାକୁ ମୃଗ ନାମାନୁସାରେ ବକମୁନ୍ ଭାବେ ନାମିତ କରାଯାଇଛି। କାରଣ ଏହି ଭଳି ଦିନରେ ମୃଗଙ୍କ ସିଙ୍ଗ କଁଅଳି ଥାଏ ବୋଲି ମାନ୍ୟତା ରହିଛି। ଆମେରିକୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ନାସାଙ୍କ ଅନୁସାରେ ବର୍ଷରେ ୩ରୁ ୪ଥର ସୁପରମୁନ ଦେଖାଯାଇଥାଏ। ଏଗୁଡିକୁ ଡିୟରମୁନ, ଥଣ୍ଡର ମୁନ, ହେ ମୁନ ଓ ୱିର୍ଟ ମୁନ ଆଦି ନାମରେ ନାମିତ କରାଯାଇଥାଏ। ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ଦୂରତା ପାଖାପାଖି ୩୮୪,୪୦୦ କିଲୋମିଟର ତେବେ ସୁପରମୁନ୍ ଯୋଗୁ ଆଜି ଚନ୍ଦ୍ର ପୃଥିବୀଠାରୁ ୩,୫୭,୨୬୪ କିଲୋମିଟର ଦୂରରେ ରହିବେ। ଏହି ସୁପରମୁନ ୨ରୁ ୩ ଦିନ ପର୍ଯ୍ୟନ୍ତ ଦେଖାଯିବେ। ତେବେ ୧୩ ଜୁଲାଇ ରାତି ୧୨ଟା ୮ ମିନିଟ୍‌ରେ ଚନ୍ଦ୍ରଙ୍କ ଆକାର ଢେର ବଢିଯିବ। ୧୯୭୯ ମସିହାରେ ଆଷ୍ଟ୍ରୋଲୋଜର ରିଚାର୍ଡ ନୋଲ ପ୍ରଥମେ ସୁପରମୁନ୍ ନାମକରଣ କରିଥିଲେ। ସୁପରମୁନ୍‌ରେ ଚନ୍ଦ୍ରମାର ଆକାର ଅନ୍ୟ ଦିନ ଅପେକ୍ଷା ବଡ ଓ ଉଜ୍ଜ୍ୱଳ ଦେଖାଯାଇଥାଏ। ପୃଥିବୀକୁ ପରିକ୍ରମା କରିବା ବେଳେ ଚନ୍ଦ୍ର ଏପରି ଏକ ସ୍ଥିତିରେ ପହଞ୍ଚି ଯାଏ ଯେଉଁଠୁ ପୃଥିବୀ ଓ ଚନ୍ଦ୍ରଙ୍କ ଦୂରତା ତ କମିଯାଏ ତେବେ ପୃଥିବୀ କକ୍ଷରୁ ସବୁଠୁ ଦୂର ବିନ୍ଦୁକୁ ଚାଲି ଯାଆନ୍ତି ସୂର୍ଯ୍ୟ ।  ୨୦୨୩ରେ ସୁପରମୁନ୍ ୩ ଜୁଲାଇରେ ଦେଖାଯିବେ।

Related Articles

Back to top button
WP Twitter Auto Publish Powered By : XYZScripts.com