ଅନ୍ତର୍ଜାତୀୟ

ଋଷିଆ ଆକ୍ରମଣରେ ଖାରକିଭ ଧ୍ୱଂସ୍ତ ବିଧ୍ୱଂସ୍ତ, ମେୟର କହିଲେ ଟଳିଛି ୬୦୦ ବିଲ୍ଡିଂ

ଖାରକିଭ : ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଜାରି ରହିଛି। ଯୁଦ୍ଧରେ ଋଷିଆ ସେନା ୟୁକ୍ରେନର ଅନେକ ବଡ଼ ବଡ଼ ସହରକୁ ଏବେ ଘେରି ଯାଇଛନ୍ତି। ଋଷିଆ ସୈନିକଙ୍କ ଆକ୍ରମଣରେ ପୂର୍ବ ୟୁକ୍ରେନ ସହର ଖାରଖିଭ ଧ୍ୱଂସ୍ତବିଧ୍ୱଂସ୍ତ ହୋଇଥିବା ବେଳେ ଏଠାରେ ୬୦୦ଟି ବଡ଼ବଡ଼ ଭବନ ଭାଙ୍ଗିଥିବା ମେୟର କହିଛନ୍ତି। ଏଥିରେ ଯେଉଁମାନେ ଏବେବି ଖାରଖିଭରେ ଅଟକି ରହିଛନ୍ତି ସେମାନେ ଟ୍ରେନ ଅଥବା ସଡକ ରାସ୍ତାରେ ତୁରନ୍ତ ସୀମା ସେପାଖକୁ ପଳୟାନ କରନ୍ତୁ ବୋଲି ମେୟର କହିଛନ୍ତି।

ୟୁକ୍ରେନ ସମର୍ଥନରେ ଚେକ୍‌ ଗଣରାଜ୍ୟ, ପୋଲାଣ୍ଡ ଓ ସ୍ଲୋଭେନିଆର ପ୍ରଧାନମନ୍ତ୍ରୀଙ୍କ କିଭ୍ ଗସ୍ତ ନିର୍ଦ୍ଧାରିତ ହୋଇଥିବା ବେଳେ ମାର୍ଚ୍ଚ ୨୪ ତାରିଖ ଦିନ ବ୍ରୁସେଲସ୍‌ରେ ଅନୁଷ୍ଠିତ ହେବାକୁ ଥିବା ବିଶେଷ ସମ୍ମିଳନୀରେ ଋଷିଆର ୟୁକ୍ରେନ ଆକ୍ରମଣ ନେଇ ନାଟୋ ନେତାମାନେ ଆଲୋଚନା କରିବେ ବୋଲି ଜଣାପଡିଛି। ନାଟୋ ଜେନେରାଲ ସେକ୍ରେଟାରୀ ଜୋନ୍ସ ଷ୍ଟୋଲଟନବର୍ଗ ଏହି ସୂଚନା ଦେଇଛନ୍ତି। ଏଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଯୋଗ ଦେବେ ବୋଲି ସେ କହିଛନ୍ତି।

ୟୁକ୍ରେନ ଉପରେ ଋଷିଆ ଆକ୍ରମଣ ଯୋଗୁ ଏପର୍ଯ୍ୟନ୍ତ ୬୯୧ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହେଲାଣି। ସେହିପରି ୧ ହଜାର ୧୪୩ ଜଣ ଆହତ ହୋଇଛନ୍ତି। ଜାତିସଂଘ(ୟୁଏନ)ଙ୍କ ତଥ୍ୟରୁ ଏହା ଜଣାପଡିଛି, ତେବେ ବାସ୍ତବିକ ସ୍ଥିତି ଏହାଠୁ ବି ଗୁରୁତର ହୋଇପାରେ ବୋଲି ୟୁଏନ କହିଛନ୍ତି। ସେପଟେ ଖେରସନ ସହରକୁ ନିଜ ଦଖଲକୁ  ନେଇଥିବା ଋଷିଆ ଦାବି କରୁଛି। ଏଥିରେ ଯୁକ୍ରେନ ସେନା ମୁକାବିଲାରେ ଏବେସୁଦ୍ଧା ବିଭିନ୍ନ ସ୍ଥାନରେ ୧୩ ହଜାର ୫୦୦ରୁ ଅଧିକ ଋଷିଆ ସେନା ପ୍ରାଣ ହରାଇଥିବାର ଦାବି କରାଯାଉଛି।
ସେହିପରି ୪୦୪ଟି ଋଷିୟ ଟ୍ୟାଙ୍କ୍ ଏପର୍ଯ୍ୟନ୍ତ ଯୁଦ୍ଧରେ ନଷ୍ଟ ହୋଇଥିବା ବେଳେ ୮୧ଟି ଯୁଦ୍ଧବିମାନ ଓ ୯୫ଟି ହେଲିକପ୍ଟରକୁ ୟୁକ୍ରନେ ସେନା ଖସାଇ ପକାଇଥିବାର ଦାବି କରୁଛନ୍ତି। ସେପଟେ ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ ଫର ମାଇଗ୍ରେସନ(ଆଇଓଏମ) ଏପର୍ଯ୍ୟନ୍ତ  ୟୁକ୍ରେନରୁ ୩୦ ଲକ୍ଷରୁ ଅଧିକ ଲୋକଙ୍କ ପଳାୟନ ସମ୍ପର୍କିତ ରିପୋର୍ଟ ଆସୁଛି। ପଳାୟନ କରିଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି। ଏବେ ପଶ୍ଚିମ ଯୁକ୍ରେନ ପଟକୁ ଋଷିଆର ଆକ୍ରମଣ ସ୍ଥାନାନ୍ତରିତ ହୋଇଥିବା ବେଳେ ଚେର୍ଣ୍ଣୋହାଇଭ ଉପରେ ଋଷିୟ ବିମାନ ଲଗାତାର ବୋମାବର୍ଷି ଚାଲିଛନ୍ତି।  ସେପଟେ ଦକ୍ଷିଣ ୟୁକ୍ରେନ ମଧ୍ୟ ଋଷିଆ ଆକ୍ରମଣର ଶିକାର ହୋଇଥିବା ସୂଚନା ଆସୁଥିବା ବେଳେ ୟୁକ୍ରେନ ସେନା ମଧ୍ୟ ଜବାବୀ କାର୍ଯ୍ୟାନୁଷ୍ଠାନ କରୁଥିବାର କୁହାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com