ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରେ ଯୌତୁକ ନିର୍ଯ୍ୟାତନାର ଅଭିଯୋଗ ହୋଇଛି। ଏହି ମାମଲାରେ ମହିଳାଙ୍କ ସ୍ୱାମୀଙ୍କ ସମେତ ପରିବାରର ୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବିବାହ ପରେ ମହିଳା ଜଣଙ୍କ ଜାଣିବାକୁ ପାଇଥିଲେ ଯେ ସ୍ବାମୀ ଜଣେ ନପୁଂସକ। ଏଥିସହ ମହିଳାଙ୍କ ଶ୍ୱଶୁର ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଥିବା ମହିଳା ଅଭିଯୋଗ କରିଛନ୍ତି। ଏହି ଘଟଣା ଏବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଯୌତୁକ ନିର୍ଯାତନା ମାମଲାରେ ସ୍ୱାମୀଙ୍କ ବ୍ୟତୀତ ଶାଶୁ, ଶ୍ୱଶୁର ଏବଂ ନଣନ୍ଦଙ୍କ ନାଁ ମଧ୍ୟ ସାମିଲ୍ ହୋଇଛି। ୨୦୧୯ ମସିହାରେ ସହରର ଧର୍ମଶାଳା ରୋଡର ଜଣେ ଯୁବତୀ ଇନ୍ଦୋର ମଧ୍ୟପ୍ରଦେଶର ପ୍ରଖର ମିଶ୍ରଙ୍କୁ ବିବାହ କରିଥିଲେ। ଉଭୟ ପରିବାରର ସହମତିରେ ଫେବୃଆରୀ ୨୦୨୦ ରେ ସେମାନଙ୍କର କୋର୍ଟରେ ବିବାହ ହୋଇଥିଲା। କୋଭିଡ ପାଇଁ ବୈଦିକ ରୀତି ନୀତିରେ ବିବାହ ହୋଇପାରିନଥିଲା।
ପରେ ୨୦୨୧ ମସିହାରେ ଉଭୟ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ ହେଲେ।
ତେବେ ବିବାହର କିଛି ଦିନ ପରେ ଯୁବତୀ ଜଣଙ୍କ ତାଙ୍କ ସ୍ବାମୀ ନପୁସଂକ ବୋଲି ଜାଣିବାକୁ ପାଇଥିଲେ। ଏନେଇ ସେ ତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିବା ପରେ ଶ୍ୱଶୁରଙ୍କ ତାଙ୍କ ସହ ଦୁର୍ବବ୍ୟହାର କରିଥିଲେ। ପୁଅର ଅଭାବ ସେ ପୂରଣ କରିବେ ବୋଲି କହିଥିଲେ।