ଓଡ଼ିଶା

ATM ଲୁଟ୍ ଉଦ୍ୟମ ପଣ୍ଡ, ମେସିନ୍ ଭାଙ୍ଗି ନପାରି ଫେରିଗଲେ ଲୁଟେରା

ଭୁବନେଶ୍ବର: ଭାଙ୍ଗିଲାନି ଏଟିଏମ୍, ଟଙ୍କା ଲୁଟ୍ କରିନପାରି ଖାଲି ହାତରେ ଫେରିଲେ ଲୁଟେରା । ଏଭିଳି ଘଟଣା ଘଟିଛି ରାଜଧାନୀର ମଞ୍ଚେଶ୍ବର ଥାନା ଅଞ୍ଚଳରେ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ମଞ୍ଚେଶ୍ବର ଥାନା ଅନ୍ତର୍ଗତ ରସୁଲଗଡ-ପଳାଶୁଣୀ ରାସ୍ତାରେ ଥିବା ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ନେଇ ଅଭିଯୋଗ ହୋଇଛି । ଏଟିଏମ୍ ବାହାରେ ଲାଗିଥିବା ସିସିଟିଭି ଭାଙ୍ଗି ଦେଇଛନ୍ତି ଲୁଟେରା । ଭିତରେ ପଶି ଏଟିଏମ୍ ଭାଙ୍ଗିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ । ଏଟିଏମ୍ ଭାଙ୍ଗି ନପାରି ଖାଲି ହାତରେ ଫେରିଲେ ଲୁଟେରା । ଏଟିଏମ୍ ନିକଟରେ ପହଞ୍ଚି ମଞ୍ଚେଶ୍ବର ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍‌ ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com