ଜାତୀୟମନୋରଞ୍ଜନ

ଫିଲ୍ମ ନିର୍ମାତା ମଣି ରତ୍ନମ ହସ୍ପିଟାଲରେ ଭର୍ତ୍ତି

ଚେନ୍ନାଇ: ପ୍ରଖ୍ୟାତ ଫିଲ୍ମ ମେକର ମଣି ରତ୍ନମ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ଏଥିପାଇଁ ଚେନ୍ନାଇର ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୬୬ ବର୍ଷୀୟ ମଣି ରତ୍ନମଙ୍କ ଶରୀରରେ ପ୍ରବଳ ଜ୍ୱରର ଲକ୍ଷଣ ଦେଖାଯିବାକୁ ତାଙ୍କୁ ହସ୍ପିଟାଲକୁ ଅଣାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ତେବେ ଏ ସମ୍ପର୍କରେ କୌଣସି ବିସ୍ତୃତ ତଥ୍ୟ ମିଳିନାହିଁ।

ପିଟିଆଇ ମଣି ରତ୍ନମଙ୍କ ଘନିଷ୍ଠ ସହଯୋଗୀଙ୍କ ସୂତ୍ରରୁ ଖବର ପାଇ ରିପୋର୍ଟ ପ୍ରକାଶ କରିଛି। ସେହିପରି ସେ ଆଜି ସନ୍ଧ୍ୟା ସୁଦ୍ଧା ହସ୍ପିଟାଲରୁ ଡିସଚାର୍ଜ ହୋଇପାରନ୍ତି ବୋଲି କୁହାଯାଉଛି। ଏହି ସୂତ୍ରରେ କୁହାଯାଇଛି ଯେ ମଣି ରତ୍ନମ ପ୍ରବଳ ଜ୍ୱର ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ଚେକଅପ କରାଯିବା ସହ କୋଭିଡ ଟେଷ୍ଟ କରାଯାଇଥିଲେ। କିନ୍ତୁ ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ଏଥିସହ ପ୍ରାଥମିକ ଚିକିତ୍ସା ପରେ ଜ୍ୱର ମଧ୍ୟ କମିଯାଇଛି। ତେଣୁ ସେ ଆଜି ହସ୍ପିଟାଲରୁ ଡିସଚାର୍ଜ ହେବାର ସମ୍ଭାବନା ରହିଛି।

ଆଗକୁ ମଣି ରତ୍ନମ୍‌ଙ୍କ ଡ୍ରିମ ପ୍ରୋଜେକ୍ଟ ତଥା ବହୁ ଚର୍ଚ୍ଚିତ ଫିଲ୍ମ ‘ପୋନ୍ନିୟିନ ସେଲଭନ’ ରିଲିଜ ହେବ। ଏହାପୂର୍ବରୁ କିଛି ଦିନ ଏହାର ଟିଜର ରିଲିଜ ହୋଇଥିଲେ। ସେବେଠାରୁ ଏହି ଫିଲ୍ମ ଚର୍ଚ୍ଚାରେ ରହିଛି। ଫିଲ୍ମରେ ଚୋଳ ରାଜବଂଶକୁ ଭୁଲ୍‌ ଢଙ୍ଗରେ ପ୍ରଦର୍ଶିତ କରିବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ହୋଇଛି।
ଏନେଇ ସେଲଭମ୍‌ ନାମକ ଜଣେ ଆଇନଜୀବୀ ନିର୍ଦ୍ଦେଶକ ମଣି ରତ୍ନମ୍‌ ଓ ଅଭିନେତା ଚିୟାନ୍‌ ବିକ୍ରମଙ୍କୁ କୋର୍ଟ ନୋଟିସ ପଠାଇଛନ୍ତି। ଆଦିତ୍ୟ କରିକଲନ୍‌ ନିଜ ମଥାରେ ତିଲକ ଲଗାଇ ନଥିଲେ। କିନ୍ତୁ ଫିଲ୍ମରେ ରାଜା ଆଦିତ୍ୟଙ୍କ ଚରିତ୍ରରେ ଅଭିନୟ କରୁଥିବା ବିକ୍ରମ ମଥାରେ ତିଲକ ଲଗାଇଥିବା ଦେଖାଯାଇଛି। ଏହାକୁ ବିରୋଧ କରି ଆଇନଜୀବୀ ସେଲଭମ କୋର୍ଟରେ ଆବେଦନ କରିଛନ୍ତି।

‘ପୋନ୍ନିୟିନ ସେଲଭନ’ ଏକ ମଲ୍ଟି ଷ୍ଟାରର୍‌ ଫିଲ୍ମ। ସାଉଥର ସୁପରଷ୍ଟାର ଚିୟାନ ବିକ୍ରମ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବ୍ୟତୀତ ଏହି ଫିଲ୍ମରେ ଶରତ କୁମାର, ପ୍ରଭୁ, ଶୋଭିତା ଧୁଲିପାଲ, କାର୍ତ୍ତି, ତ୍ରିଷା, ପ୍ରକାଶ ରାଜଙ୍କ ଭଳି ଅଭିନେତା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଏହି ଫିଲ୍ମଟିକୁ ଦୁଇଟି ଭାଗରେ ରିଲିଜ କରାଯିବ। ପ୍ରଥମ ପାର୍ଟ ଆସନ୍ତା ସେପ୍ଟେମ୍ବର ୩୦ରେ ରିଲିଜ ହେବ। ଫିଲ୍ମକୁ ୫ଟି ଭାଷା ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଓ ମାଲାୟଲମରେ ରିଲିଜ କରାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com