ଜାତୀୟମନୋରଞ୍ଜନ

ସ୍ପେଶାଲ୍‌ ଅନ୍ଦାଜ୍‌ରେ ନୀତୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଆଲିଆ, ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତ୍ରୀ ନୀତୁ କପୁର ଆଜି ତାଙ୍କର ୬୪ ତମ ଜନ୍ମଦିନ ପାଳନ କରୁଛନ୍ତି। ନିଜ ସର୍ତ୍ତରେ ଜୀବନ ବିତାଉଥିବା ନୀତୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଗତ ରାତିରୁ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ଘନିଷ୍ଠ ବନ୍ଧୁମାନେ ନୀତୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ଏହି ସମୟରେ ତାଙ୍କ ବୋହୂ ତଥା ବଲିଉଡ ଅଭିନେତ୍ରୀ ଆଲିଆ ଅତି ସୁନ୍ଦର ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଅଭିନେତ୍ରୀ ସୋସିଆଲ ମିଡିଆରେ ତାଙ୍କ ଶାଶୁଙ୍କର ଅତି ସୁନ୍ଦର ଏବଂ ଅନ୍‌ସିନ୍‌ ଫଟୋ ସେୟାର କରିଛନ୍ତି । ଯାହା ଏବେ ଭାଇରାଲ୍‌ ହେବାରେ ଲାଗିଛି।

ଆଲିଆ ଭଟ୍ଟ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ତାଙ୍କ ହଲଦୀ ଉତ୍ସବର ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ନୀତୁ କପୁର ହଲଦୀ ଲଗାଇବା ପରେ ଆଲିଆ ଭଟ୍ଟଙ୍କ ମଥାରେ କିସ୍‌ ଦେଉଥିବାର ନଜର ଆସିଛନ୍ତି । ଯାହା ଅତି ସୁନ୍ଦର ଦେଖାଯାଉଛି । ଏହି ଫଟୋ ସେୟାର କରି ଆଲିଆ ଲେଖିଛନ୍ତି, ‘ସବୁଠାରୁ ସୁନ୍ଦର ବ୍ୟକ୍ତିଙ୍କୁ ଜନ୍ମଦିନର ଶୁଭେଚ୍ଛା … ମୋ ଶାଶୁ, ବନ୍ଧୁ, ଶୀଘ୍ର ଜେଜେମା ମଧ୍ୟ … ଆଇ ଲଭ୍ ୟୁ ….’।

କହିବାକୁ ଗଲେ ନିକଟରେ ନିତୁ ଲଣ୍ଡନ ଯାଇଥିଲେ । ଲଣ୍ଡନରେ ନିଜେ ତାଙ୍କର ୬୪ତମ ଜନ୍ମଦିନ ପାଳନ କରିଥିଲେ। ବର୍ତ୍ତମାନ ନୀତୁ ତାଙ୍କ ଝିଅ ରିଦ୍ଧିମା ସହ ଲଣ୍ଡନରେ ଅଛନ୍ତି। ୱାର୍କ ଫ୍ରଣ୍ଟରେ ବିଷୟରେ କହିବାକୁ ଗଲେ ନୀତୁ ଫିଲ୍ମ ‘ଜଗ୍ ଜଗ୍ ଜିଓ’ରେ ଦେଖିବାକୁ ମିଳିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com