ଓଡ଼ିଶା

ଆଶାକର୍ମୀ ମାନଙ୍କ ଦକ୍ଷତା ବୃଦ୍ଧି ନେଇ ମୋବାଇଲ ଏକାଡେମୀ କିଲଟାରୀ ସେବା ତାଲିମ ପ୍ରଦାନ

ବ୍ରହ୍ମପୁର, ୨୨/୦୭/୨୦୨୨- ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ସ୍ତରରେ ଉତ୍ତମ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଯୋଜନାକୁ ସୁଗମ ଓ ସରଳ କରିବା ପାଇଁ ଆଶାକର୍ମୀମାନଙ୍କ ଦକ୍ଷତା ବୃଦ୍ଧି ନେଇ ଏକ ମୋବାଇଲ ଏକାଡେମୀ ଶିକ୍ଷା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଏଥି ସହିତ ଗର୍ଭବତୀ, ପ୍ରସୂତି ଓ ଆଶାମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସେବା ସୁସମ୍ପର୍କ ରକ୍ଷା ନିମନ୍ତେ ଏହି ତାଲିମ ପ୍ରଦାନ କରାଯାଇଛି । ବ୍ରହ୍ମପୁର ନିକଟସ୍ଥ କୁକୁଡାଖଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଗୋଷ୍ଠି ପକ୍ରିୟା ସାଧନକେନ୍ଦ୍ରର ସଂଯୋଜକ ବିମେଳେନ୍ଦୁ ପଟ୍ଟନାୟକ, ମେଡିକାଲର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରାମଚନ୍ଦ୍ର ମହାପାତ୍ର, ଡାକ୍ତର ବିଜୟ ଲକ୍ଷ୍ମୀ ପଣ୍ଡା, ଜିଲ୍ଲା ଆଶା ସଂଯୋଜକ ଆଶିଷ ମିଶ୍ର, ସଞ୍ଜୟ ପରିଡା, ଜିଲ୍ଲା ତାଲିମ ଦାତ୍ରୀ ସୁଜାତା ପଟ୍ଟନାୟକ, ହରି ହର ପାଢ଼ୀ, ରାଜ୍ୟରୁ ଆସିଥିବା ଡିଜିଟାଲ ସ୍ୱାସ୍ଥ୍ୟ ସେବାର ବିଶେଷଜ୍ଞ ଭୁବନେଶ୍ୱରୀ ସୁନୀଲ, ବିଷ୍ଣୁ ବନ୍ଦିତା ଚୌଧୁରୀ, ମାଧୁରୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ । କୁକୁଡାଖଣ୍ଡି ବ୍ଲକର ଆଶା ଦିଦି ମାନଙ୍କୁ ଡିଜିଟାଲ ସ୍ୱାସ୍ଥ୍ୟ ସେବା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । କିଳିକାରୀ ସ୍ୱାସ୍ଥ୍ୟ ସେବା ଫଳରେ ଗ୍ରାମଞ୍ଚଳର ଗର୍ଭବତୀ ମହିଳା ଜଣେ ସରକାରଙ୍କ ମାଗଣା ସ୍ୱାସ୍ଥ୍ୟ ସେବାକୁ ଯେଭଳି ଗ୍ରାମସ୍ତରରେ ଆଶାକର୍ମୀମାନଙ୍କ ମାଧ୍ୟମରେ ଉପଲବ୍ଧି ହୋଇ ପାରିବ, ସେଥିପାଇଁ ତାଲିମ ପ୍ରଦାନ କରାଯାଇଥିଲା । ଆଶାକର୍ମୀମାନଙ୍କ ମୋବାଇଇ ଏକାଡେମୀ ନିମନ୍ତେ 14424 ନମ୍ବର ଓ କିଲକାରୀ ନିମନ୍ତେ 01244588000 ବା 14423 ନମ୍ବରରେ ସରକାରଙ୍କ ସ୍ୱାସ୍ଥ୍ୟ ସେବା, ସ୍ୱାସ୍ଥ୍ୟ ଶିକ୍ଷାକୁ ନିଜର ପଞ୍ଜିକୃତ ମୋବାଇଲରେ ଶୁଣିବା ଉପରେ ଆଶା ଦିଦି ଘରେ ଘରେ ସଚେତନତା କରାଇବା ଦରକାର ବୋଲି ତାଲିମଦାତା ମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ କୁକୁଡାଖଣ୍ଡି ମେଡିକାଲର ବ୍ଲକ ସଂଯୋଜକ ସୋହନ ପଟ୍ଟନାୟକ, ବି.ଡି.ଏମ ସୁଶାନ୍ତ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com