ଓଡ଼ିଶା

କମୁନି କରୋନା – ୨୪ ଘଂଟା ମଧ୍ୟରେ ୧୧୩୦ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, ୨୩.୦୭.୨୦୨୨- ଲଗାତାର ତୃତୀୟ ଦିନ ପାଇଁ ଶନିବାର ରାଜ୍ୟରେ ହଜାରରୁ ଉର୍ଦ୍ଧ୍ୱ ୧,୧୩୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୬୬୨ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୪୬୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୪୩ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୦୫ ହଜାର ୪୯୯କୁ ବୃଦ୍ଧି ପାଇଛି । ସୁନ୍ଦରଗଡ଼ରୁ ୨୨୫ଜଣ, ଖୋର୍ଦ୍ଧାରୁ ୨୦୯, କଟକରୁ ୧୧୧, ସମ୍ବଲପୁରରୁ ୧୦୬, ମୟୁରଭଞ୍ଜରୁ ୯୩, ବାଲେଶ୍ୱରରୁ ୨୫ଜଣ, ଯାଜପୁରରୁ ୩୬, ଝାରସୁଗୁଡ଼ାରୁ ୨୫ ନୟାଗଡ଼ରୁ ୩୩, ଷ୍ଟେଟ ପୁଲ୍ରୁ ୪୭ଜଣ ରହିଛନ୍ତି । ଏଥି ମଧ୍ୟରୁ ୭,୩୪୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨ ଲକ୍ଷ ୮୮ ହଜାର ୯୭୦ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩କୋଟି ୨୪ଲକ୍ଷ ୮୦ ହଜାର ୧୧୨ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com