ଓଡ଼ିଶା

ବାଳକାଟି ସାପ୍ତାହିକ ହାଟ ପାଲଟିଛି ଅଳିଆ ଗଦା

ବାଲିଅନ୍ତା, ୨୬/୦୭/୨୦୨୨- ଜୟଦେବ ନିର୍ବାଚନ ମଣ୍ଡଳୀର ଏକ ପ୍ରମୁଖ ବଜାର ହେଉଛି ବାଲିଅନ୍ତା ବ୍ଲକ ଅନ୍ତର୍ଗତ ପ୍ରତାପଶାସନ ଗ୍ରାମପଞ୍ଚାୟତର ସାପ୍ତାହିକ ବାଳକାଟି ହାଟ । ଏହି ହାଟ ଉପରେ ୧୦ଟି ଗ୍ରାମପଞ୍ଚାୟତର ଜନସାଧାରଣ ନିଜର ଦୈନ ଦିନ ଆବଶ୍ୟକତା ମେଣ୍ଟାଇବା ପାଇଁ ପନିପରିବା, ସଉଦା, ଡ୍ରେସ ଆଦି ନିତ୍ୟ ବ୍ୟବହାର ସାମଗ୍ରୀ ପାଇଁ ନିର୍ଭର କରିଥାନ୍ତି । କିନ୍ତୁ ଏହି ବଜାରରେ ଖାଉଟି ବ୍ୟବହାର କରିବା ପାଇଁ ଶୌଚାଳୟ ନାହିଁ । ଯାହା ଦ୍ଵାରା ଖାଉଟି ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ବର୍ଷା ଦିନ ଯୋଗୁ ସାପ୍ତାହିକ ହାଟ ମଝିରେ ପଡିଥିବା କୁଢ଼ କୁଢ଼ ପଚା ପନିପରିବା ଓ ଚୋପା ପଚି ଦୁର୍ଗନ୍ଧ ହେବା ସହ ପରିବେଶକୁ ପ୍ରଦୂଷିତ କରୁଥିବା ଦେଖିବାକୁ ମିଳିଛି । ଏ ଦିଗରେ ସ୍ଥାନୀୟ ସରପଞ୍ଚ ଓ ଜନପ୍ରତିନିଧି କୌଣସି ପ୍ରଦକ୍ଷପ ଗ୍ରହଣ କରୁନଥିବା ସୂଚନା ମିଳିଛି । ଏଥିପ୍ରତି ସ୍ଥାନୀୟ ବାଲିଅନ୍ତା ବ୍ଲକ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ ଏ ଦିଗ ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com