ଓଡ଼ିଶା

ବିଜ୍ଞାପନ କମ୍ପାନୀ ହଟାଇଲେ ଅଭିନେତ୍ରୀ ପ୍ରକୃତିଙ୍କ ଛବିଥିବା ହୋର୍ଡିଂ

ଭୁବନେଶ୍ୱର, ୨୭/୦୭/୨୦୨୨- ବିବାଦରେ ଛନ୍ଦିହେବା ଓଲିଉଡ୍ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ପାଇଁ ଭାରି ପଡିଛି । ପ୍ରକୃତି ଛନ୍ଦି ହୋଇଥିବା ଏହି ବିବାଦରେ ଦୋଷୀ କି ନୁହେଁ ପ୍ରମାଣିତ ହୋଇନାହିଁ । ଘଟଣା ପୋଲିସ ପାଖରେ ଥିବାରୁ ଏହାର ତଦନ୍ତ ମଧ୍ୟ ଚାଲିଛି । ଇତି ମଧ୍ୟରେ ପୋଲିସ ପ୍ରକୃତିଙ୍କୁ ଡାକି ଜେରା ମଧ୍ୟ କରିସାରିଲାଣି । ନିଷ୍କର୍ଷ ବାହାରିବାକୁ ସମୟ ବାକିଅଛି । ସେପଟେ ପ୍ରକୃତିଙ୍କ ସମ୍ପର୍କରେ ବିବାଦକୁ ଯୋଡି ଗଣମାଧ୍ୟମରେ ପ୍ରତିଦିନ କିଛିନା କିଛି ଖବର ବାହାରୁଛି । ଆଉ ଏହି ଖବର ହିଁ ପ୍ରକୃତିଙ୍କ ପାଇଁ କାଳ ହୋଇଛି । ନିଜ ସପକ୍ଷରେ ପ୍ରକୃତି ଏକାଧିକ ସଫେଇ ଦେଇଛନ୍ତି । ଏହାର ପ୍ରଭାବ ଫିଲ୍ମ ପ୍ରେମୀ ଏବଂ ତାଙ୍କ ଫ୍ୟାନ୍‌ଙ୍କ ଉପରେ କିଭଳି ପଡିଛି ଏବଂ ଏହାକୁ ନେଇ ସାଧାରଣରେ ଧାରଣା ବଦଳିଛି କି ନା ତାହା ତ ପରବର୍ତ୍ତୀ କଥା କିନ୍ତୁ ତାଙ୍କୁ ନେଇ ବିଜ୍ଞାପନ କରୁଥିବା କିଛି ସଂସ୍ଥା ମୁହଁ ଫେରେଇବା ଆରମ୍ଭ କରିଛନ୍ତି । ଅନ୍ୟ ଏକ ପରିବାରିକ ଗଣ୍ଡଗୋଳରେ ଛନ୍ଦିହେବା ଏବଂ ତତ୍ ଜନିତ ବିବାଦ ପରେ ବିଜ୍ଞାପନରୁ ବିଦା ହୋଇଛନ୍ତି ଅଭିନେତ୍ରୀ ପ୍ରକୃତି । ସୁନା ଅଳଙ୍କାର ବିଜ୍ଞାପନରୁ ପ୍ରକୃତିଙ୍କୁ ବାଦ ଦେଇଛି ଏକ ଘରୋଇ ଖ୍ୟାତାନାମା କମ୍ପାନୀ । ଇତି ମଧ୍ୟରେ ପ୍ରକୃତିଙ୍କ ଛବିକୁ ନେଇ ରାସ୍ତାରେ ଲାଗିଥିବା ବିଜ୍ଞାପନର ହୋଡିଂ କାଢ଼ିଦେଇଛି କମ୍ପାନୀ । କିଛି ଦିନ ହେବ ବାବୁସାନ, ପ୍ରକୃତିଙ୍କୁ ନେଇ ଯେଉଁ ପାରିବାରିକ ବିବାଦ ଲାଗି ରହିଥିଲା । ଏହାକୁ ଦେଖି କମ୍ପାନୀ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ରଥଯାତ୍ରା ପୂର୍ବରୁ ଏହି ବିଜ୍ଞାପନରେ ପ୍ରକୃତି ନଜର ଆସିଥିଲେ । ପ୍ରକୃତିକୁ ନେଇ ବିବାଦ ବଢ଼ୁଥିବାରୁ ଏହାର ପରୋକ୍ଷ ଏବଂ ପ୍ରତ୍ୟକ୍ଷ ପ୍ରଭାବ ପଡିବା ସମ୍ଭାବନାକୁ ଦୃଷ୍ଟିରେ ରଖି ସଂମ୍ପୃକ୍ତ ଅଳଙ୍କାର କମ୍ପାନୀ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com