ଓଡ଼ିଶା
ଗାଁ ମାଟିର ଗର୍ବ ଓ ଗୌରବର ପୁଅ, ପ୍ରକାଶ ପଣ୍ଡା
![](https://i0.wp.com/odia.mobilenews24x7.com/wp-content/uploads/2022/07/prakash.jpg?resize=780%2C470&ssl=1)
କୋଦଳା, ୨୮/୦୭/୨୦୨୨ – ବେଗୁନିଆପଡା ବ୍ଲକ ଅନ୍ତର୍ଗତ କାଳିମେଘି ପଞ୍ଚାୟତର ବିପ୍ର ଚରଣ ପଣ୍ଡାଙ୍କ କନିଷ୍ଠ ପୁତ୍ର ପ୍ରକାଶ ୨୦୦୪ ମସିହାରୁ ସିଆରପିଏଫରେ ଚାକିରୀ କରି ଆସୁଛନ୍ତି । ୨୦୧୯ ମସିହାରେ ଶ୍ରୀନଗର ଏକ ବଗିଚାରେ ୬, ୭ ଜଣ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ହୋଇଥିଲା ।
ସେ ୩ ଜଣ ଆତଙ୍କବାଦୀକୁ ନିହତ କରିଥିଲେ । ୨୦୨୧ ମସିହାରେ ପ୍ରକାଶଙ୍କୁ ରାଷ୍ଟ୍ରପତି ପୁରସ୍କାର ପାଇଁ ଘୋଷଣା କରାଯାଇଥିଲା । ସିଆରପିଏଫ ଡିଜି କୁଲଦୀପସିଂଙ୍କ ଦ୍ଵାରା ତାଙ୍କ ବିରତ୍ଵପାଇଁ ୨୭ . ୭ . ୨୦୨୨ ରେ ରାଷ୍ଟ୍ରପତି ପଦକ ପୁରସ୍କାର ପାଇଛନ୍ତି ।
ବର୍ତ୍ତମାନ ଛତିଶଗଡ଼ ଜଗଦଲପୁର କୋବ୍ରା ବାଟାଲିୟନରେ ସେ କାର୍ଯ୍ୟରତ ଅଛନ୍ତି । ତାଙ୍କର ବିରତ୍ଵ ପାଇଁ ଅଞ୍ଚଳରୁ ଶୁଭେଛାର ସୁଅ ଛୁଟିଛି l ଜଣେ ସାହାସୀ, ନିଷ୍ଠାପର, ମେଳାପି ବ୍ୟକ୍ତିତ୍ୱ ଭାବେ ସେ ତାଙ୍କ ଅଞ୍ଚଳରେ ପରିଚିତ।