ଓଡ଼ିଶା

ରାଜ୍ୟରେ MRP ଠାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି ଦେଶୀ ଓ ବିଦେଶୀ ମଦ

 ଭୁବନେଶ୍ୱର, ୩୦/୦୭/୨୦୨୨- ରାଜ୍ୟରେ MRP ଠାରୁ ଅଧିକ ଦରରେ ବିକ୍ରି ହେଉଛି ଦେଶୀ ଓ ବିଦେଶୀ ମଦ । ଶନିବାର ବିଧାନସଭାରେ ଏହାକୁ ସ୍ୱୀକାର କରିଛନ୍ତି ଅବକାରୀ ମନ୍ତ୍ରୀ ଅଶ୍ୱିନ ପାତ୍ର ।  ବିଧାୟକ ଅରବିନ୍ଦ ଢାଲିଙ୍କ ପ୍ରଶ୍ନରେ ଉତ୍ତର ରଖି ଅବକାରୀ ମନ୍ତ୍ରୀ ଅଶ୍ୱିନ କହିଛନ୍ତି, ରାଜ୍ୟର ଅନେକ ସ୍ଥାନରେ MRP ଠାରୁ ଅଧିକ ଦାମରେ ମଦ ବିକ୍ରି ହେଉଛି ।ଅଚାନକ ପରିଦର୍ଶନ ସମୟରେ ଏଭଳି ଘଟଣା ସାମ୍ନାକୁ ଆସିଲେ ତଦନ୍ତ କରାଯାଏ। ଅଭିଯୋଗ ସତ୍ୟାସତ୍ୟ ପ୍ରମାଣିତ ହେଲେ ଲାଇସେନ୍ସ ଧାରୀଙ୍କ ବିରୁଦ୍ଧରେ ସିରିୟସ ଇ-ରେଗୁଲାରିଟି ରିପୋର୍ଟ ଦାୟର ହେବା ସହ କାର୍ଯ୍ୟାନୁଷ୍ଠାନ ହୋଇଥାଏ । ୨୦୨୧ -୨୨ ଆର୍ଥିକ ବର୍ଷରେ ୨୯ଟି ସିରିୟସ ଇ-ରେଗୁଲାରିଟି ରିପୋର୍ଟ ଦାୟର ହୋଇ ଏ ବାବଦରେ ୨୯ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସେହିପରି ୨୦୨୨-୨୩ ଜୁନ ସୁଦ୍ଧା ଏମଆରପିଠାରୁ ଅଧିକ ଦାମର ଦେଶୀ ବିଦେଶୀ ମଦ ବିକ୍ରି ଅଭିଯୋଗରେ ୩୧ଟି ଏଫ୍ ଆଇ ଆର ଦାୟର ହୋଇଛି। ସେଥିମଧ୍ୟରୁ ୮ଟି ମାମଲାରେ ୮ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇ ଥିଲାବେଳେ ବାକି ୨୩ ଟି ମାମଲା ବିଚାରାଧୀନ ରହିଛି ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଜନଗହଳି ଓ ମନ୍ଦିର ଠାରୁ କେତେ ଦୂରରେ ମଦ ଦୋକାନ ହେବା ଉଚିତ୍ ? ମଦ କିଣିଲେ ରସିଦ ଦେବାର ବ୍ୟବସ୍ଥା ଅଛି କି, ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଅବକାରୀ ମନ୍ତ୍ରୀ କହିଥିଲେ ଯେ, କୌଣସି ଜିନିଷ କିଣିଲେ ରସିଦ ଦେବାର ବ୍ୟବସ୍ଥା ଅଛି। ମଦ କିଣିବାରେ ମଧ୍ୟ ରସିଦ ଦେବାର ବ୍ୟବସ୍ଥା ଅଛି । ତେବେ ରସିଦ ନେବେ କି ନାହିଁ , ସେଇଟା ଗ୍ରାହକଙ୍କ ଉପରେ ନିର୍ଭର କରେ ।

Related Articles

Back to top button
WP Twitter Auto Publish Powered By : XYZScripts.com