ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଆଟାଚ୍ କଲା ଇଡି
କଟକ, ୩୦/୦୭/୨୦୨୨- ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଆଟାଚ୍ କଲା ଇଡି । ମୋଟ ୩ କୋଟି ୯୨ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ ହୋଇଥିବା ସୂଚନା ମିଳିଛି। ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ସମ୍ପତ୍ତି ଆଟାଚ୍ ହୋଇଛି । ଏହା ସହିତ କଟକ ଏସବିଆଇ ବ୍ୟାଙ୍କ୍ରେ ଥିବା ୨୫ ଲକ୍ଷ ବ୍ୟାଙ୍କ ଟଙ୍କା ମଧ୍ୟ ଆଟାଚ୍ ହୋଇଛି। ଆରବିଆଇ ଓ ଏନଏସଇଆଇ ବିନା ଅନୁମତିରେ ସଂସ୍ଥା ଖୋଲିଥିବାରୁ ଓ ଅଣ ବ୍ୟାଙ୍କିଙ୍ଗ୍ ସଂସ୍ଥା ଜରିଆରେ ଟଙ୍କା ଆଦାୟ କରିଥିବା ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ଏ ବିଷୟରେ ପ୍ରଭାତ କହିଛନ୍ତି, ଏସବିଆଇରେ ୨୫ ଲକ୍ଷ ଟଙ୍କା ଡିପୋଜିଟ ଥିଲା । ଏହାବାଦ୍ ତାଙ୍କର କୌଣସି ସମ୍ପତ୍ତି ନାହିଁ। ୩ କୋଟି ୯୨ ଲକ୍ଷ ଲୋନ୍ ଟଙ୍କା ଅଟେ । ଯାହାକୁ ଜାମିନ ବାବଦକୁ ଇଡି ବ୍ୟାଙ୍କ୍କୁ କହି ଜବତ କରିଥାଇପାରେ ବୋଲି ପ୍ରଭାତ କହିଛନ୍ତି । ଅନ୍ୟପଟେ ପ୍ରଭାତଙ୍କ ପୁଅ ବିଧାୟକ ସୌଭିକ ବିଶ୍ୱାଳ କହିଛନ୍ତି ଯେ, ସେ ଏ ବିଷୟରେ କୌଣିସ ସୂଚନା କିମ୍ବା ଚିଠି ପାଇ ନାହାନ୍ତି । ଗତକାଲି ଇଡି ପକ୍ଷରୁ ପ୍ରଭାତଙ୍କ ଘରକୁ ଚିଠି କରି ତାଙ୍କର ଜବତ ହୋଇଥିବା ୨୫ ଲକ୍ଷ ଟଙ୍କା ଆଟାଚ୍ ହୋଇଥିବା ସୂଚନା ଦେଇଥିବା ତାଙ୍କ ପତ୍ନୀ ଲକ୍ଷ୍ମି ବିଳାଶିନୀ ବିଶ୍ୱାଳ କହିଛନ୍ତି।