ଓଡ଼ିଶା

ଲଗାଣ ବର୍ଷାରେ ବେଗୁନିଆପଡା ବ୍ଲକରେ ସୁଅରେ ଭାସିଗଲା ଧାନ ତଳି, ଚାଷୀଙ୍କ ମନରେ ଚିନ୍ତା

ବ୍ରହ୍ମପୁର, ୧୮/୦୭/୨୦୨୨- ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ପାଖାପାଖି ୫ ହଜାର ହେକ୍ଟରରୁ ଅଧିକ ଧାନ ଚାଷ ପ୍ରଭାବିତ ହୋଇଛି । ଖାଲୁଆ ଜମିରେ ପାଣି ଭର୍ତ୍ତି ହେବା ସହ ଧାନ ତଳି ଓ ରୁଆ ହୋଇଥିବା ଧାନ ବୁଡି ରହିଛି । ଏହା ସହିତ ପାଣି ସୁଅରେ ଧାନ ତଳି ମଧ୍ୟ ଭାସି ଚାଲିଯାଇଛି ।  ବ୍ଲକର ତାଳସର, ମର୍ଦ୍ଧକୋଟ ,ମର୍ଦ୍ଦମେଖ, ଅଙ୍ଗାରଗାଁ ,କୁମ୍ଭାରଗାଁ, ଶାଙ୍କୁଡା, ଷଣ୍ଢମୂଳ, ଚନ୍ଦନପୁର, ଚିଙ୍ଗୁଡ଼ିଖୋଲ, ବଡଖଇରଖମା, ସୁମଣ୍ଡଳ, ବୁରୁଝରି, ଏସ୍ ଛଚିନା, କେ.ବରିଡା, ବେଗୁନିଆପଡା, ଖଣ୍ଡିଆନଇ, ବେରୁଆଁବାଡ଼ି, ମଠ ସରସିଂ, ଫାଶୀ, ଦିଗାପଡା, କାଳିମେଘି, ସାନ ଉସ୍ତାପଡ଼ା, ଘୋଡାପଡା, ପଂଚାୟତର ସମସ୍ତ ଗ୍ରାମ ସମେତ କୋଦଳା ଏନଏସିର ବିଭିନ୍ନ ଚାଷଜମି ବୁଡି ରହିଛି । ଏପରିକି ଖରଖରୀ ନଦୀ ପାର୍ଶ୍ୱରେ ଥିବା ସମସ୍ତ ଧାନ ଜମି ସମ୍ପୂର୍ଣ୍ଣ ବୁଡି ଯାଇ ତାହା ଉପରେ ପାଣି ସୁଅ ଚାଲିଛି। ଧାନ ତଳି ପକାଇଥିବା ଓ ସଦ୍ୟ ରୋଇଥିବା ଚାଷୀ ଚିନ୍ତାରେ ଅଛନ୍ତି। ଗତ କାଲି ରାତିରେ ବର୍ଷା ପରିସ୍ଥିତିକୁ ଆହୁରି ଜଟିଳ କରିଛି। ଏହି ବର୍ଷାରେ ତାଳସରକୁ ସଂଯୋଗ କରୁଥିବା ସବୁ ରାସ୍ତା ସମେତ କନିଆରୀବାଡ଼ି ରାସ୍ତା, ଉଜ୍ଜ୍ୱଳପଲ୍ଲୀ ଠାରୁ ମୁଣ୍ଡୁଳା ଓ ଚନ୍ଦନପୁର ରାସ୍ତା, ତାଳସର ଠାରୁ ଦ୍ୱାରାଶୁଣି ରାସ୍ତା ଓଡନଇ ଚିଙ୍ଗୁଡ଼ିଖୋଲ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚତାରେ ପାଣି ଚାଲିବା ସହ ଲୋକମାନଙ୍କର ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com