ଓଡ଼ିଶା

ପଖାଳକୁ ମିଳୁ ଜିଆଇ ଟ୍ୟାଗ୍

‘ପଖାଳ’ ଆମର । ଆଦିମ କାଳରୁ ଓଡ଼ିଆଙ୍କର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ଖାଦ୍ୟ ପଖାଳ । ତେଣୁ ପଖାଳକୁ ମିଳୁ ଜିଆଇ ଟ୍ୟାଗ୍‌ ବା ମାନ୍ୟତା । ଏ ସମ୍ପର୍କରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ସମାଜସେବୀ  । ରାଷ୍ଟ୍ରପତିଙ୍କୁ ଲେଖିଥିବା ଚିଠିରେ  ଉଲ୍ଲେଖ ରହିଛି ଯେ , ପଖାଳ ଜଗନ୍ନାଥଙ୍କ ପ୍ରିୟ ଖାଦ୍ୟ ସହିତ ଓଡ଼ିଆଙ୍କର ନିତିଦିନର ପାରମ୍ପରିକ ଖାଦ୍ୟ । ଏମିତି କୌଣସି ଓଡ଼ିଆ ନାହିଁ, ଯିଏ ତାଙ୍କ ଜୀବନକାଳରେ ପଖାଳ ଖାଇନଥିବେ । ଧନୀ ହେଉ କି ଗରିବ, ସବୁ ଓଡ଼ିଆଙ୍କର ପଖାଳରେ ଆଦର ଥାଏ । ଯାହା ବୈଜ୍ଞାନିକ ସିଦ୍ଧାନ୍ତ ଖାଦ୍ୟ ଭାବେ ମଧ୍ୟ ପ୍ରମାଣିତ ହୋଇପାରିଛି । ତେବେ ପଖାଳକୁ ଜିଆଇ ଟ୍ୟାଗ୍‌ ମିଳିବା ନେଇ ଏବେ ଉତ୍କୃଷ୍ଟ ସମୟ । ଏବେ ଆମର ଓଡ଼ିଆ ଝିଅ ରାଷ୍ଟ୍ରପତି । ସାମ୍ବିଧାନିକ ସର୍ବୋଚ୍ଚ ପଦବିରେ ଅବସ୍ଥାପିତ । ତାଙ୍କର ମଧ୍ୟ ପ୍ରିୟ ଖାଦ୍ୟ ପଖାଳ । ଯାହାକୁ ରାଷ୍ଟ୍ରପତି ଭବନର ଖାଦ୍ୟ ମେନୁରେ ସାମିଲ କରିବାକୁ ଯୋଜନା ଚାଲିଛି । ହେଲେ ପଖାଳ ଓଡ଼ିଶାର ବୋଲି ଏ ପର୍ଯ୍ୟନ୍ତ ଏହାକୁ ଜିଆଇ ଟ୍ୟାଗ୍‌ ମିଳିପାରିନି । ତେଣୁ ଏ ଦିଗରେ ପଦକ୍ଷେପ ନେବାକୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଅନୁରୋଧ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com