ଓଡ଼ିଶା

ବ୍ରହ୍ମପୁର ସହରାଞ୍ଚଳ ସମବାୟ ବ୍ୟାଙ୍କର ଉପ ସଭାପତି ଭାବେ ଦ୍ୱିତୀୟ ଥର ନିର୍ବାଚିତ ହେଲେ ଜ୍ୟୋତି ସୁବୁଦ୍ଧି

ବ୍ରହ୍ମପୁର, ୦୨/୦୮/୨୦୨୨–  ବ୍ରହ୍ମପୁର ସହରାଞ୍ଚଳ ସମବାୟ ବ୍ୟାଙ୍କର ଉପ ସଭାପତି ଭାବେ ଦ୍ୱିତୀୟ ଥର ପାଇଁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ବିଜେଡି ନେତ୍ରୀ ଜ୍ୟୋତି ସୁବୁଦ୍ଧି । ବ୍ରହ୍ମପୁର ସହରରେ ୪୨ ଗୋଟି ୱାର୍ଡ ରହିଥିବା ବେଳେ ଏହାକୁ ୧୫ ଜୋନରେ ବିଭକ୍ତ କରାଯାଇଛି । ଏହି ୧୫ଟି ଜୋନର ନିର୍ଦ୍ଦେଶକ ପଦବୀ ମଧ୍ୟରୁ ୧୩ ନମ୍ବର ଜୋନ ପାଇଁ ଜଣେ ନାମଙ୍କନ ଭରିଥିଲେ ଏବଂ ତାଙ୍କ ନାମାଙ୍କନ ନାକଚ ହୋଇଥିଲା । ଅନ୍ୟ ୧୪ଟି ଜୋନ ମଧ୍ୟରୁ ୬ଟି ଜୋନରେ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ ଏବଂ ୮ଟି ଜୋନରେ ଲୋକେ ନିର୍ଦ୍ଦେଶକଙ୍କୁ ନିର୍ବାଚିତ କରିଥିଲେ । ଜୁଲାଇ ୧୩ ତାରିଖରେ ଏହାର ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ୮ ନମ୍ବର ଜୋନ ନିର୍ଦ୍ଦେଶକ ଆର ମୁରଲୀ ମୋହନ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି  ଉପ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ବିଜେଡି ସଭାପତି, ବ୍ରହ୍ମପୁର ସହରାଞ୍ଚଳ ସମବାୟ ବ୍ୟାଙ୍କ ସଭାପତି ଏବଂ ସମସ୍ତ ନିର୍ଦ୍ଦେଶକଙ୍କ ଗହଣରେ ଯାଇ ୬ ନମ୍ବର ଜୋନ ନିର୍ଦ୍ଦେଶିକା ଜ୍ୟୋତି ସୁବୁଦ୍ଧି  ନାମାଙ୍କନ ଭରିଥିଲେ ।  ତାଙ୍କ ବିପକ୍ଷରେ ଅନ୍ୟ କେହି ନାମାଙ୍କନ ଦାଖଲ କରି ନଥିବାରୁ ତାଙ୍କୁ ନିଦ୍ୱନ୍ଦରେ ବିଜୟୀ ଘୋଷଣା କରିଥିଲେ ନିର୍ବାଚନ ଅଧିକାରୀ । ଏହା ପୂର୍ବରୁ ୨୦୧୫ -୨୦ ମସିହା ପର୍ଯ୍ୟନ୍ତ ସେ ଏହି ବ୍ୟାଙ୍କର ଉପ ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ । ବିଜୟୀ ହେବା ପରେ ଶ୍ରୀମତି ସୁବୁଦ୍ଧି ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜିଲ୍ଲା ସଭାପତି ଡ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଲେଇ, ଡେପୁଟି ମେୟର ଇ ବିବେକ ରେଡ୍ଡୀ, ବ୍ୟାଙ୍କ ସଭାପତି ଆର ମୁଲି ମୋହନ ଏବଂ ସମସ୍ତ ନିର୍ଦ୍ଦେଶକ ନିର୍ଦ୍ଦେଶିକାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com