ଓଡ଼ିଶା

ଆଠମଲ୍ଲିକ ବନଖଣ୍ଡ ହଣ୍ଡପା ରେଞ୍ଜରେ ମାଈହାତୀ ଆହତ

ଅନୁଗୁଳ, ୦୩/୦୮/୨୦୨୨ – ଓଡ଼ିଶାରେ ଦିନକୁ ଦିନ ହାତୀ ମୃତ୍ୟୁ ବଢିଚାଲିଛି । କେତେବେଳେ ଶିକାରୀ ଗୁଳିରେ ତ ଆଉ କେତେବେଳେ ପ୍ରଶାସନିକ ଅବହେଳାରେ । ତେବେ ଏହାରି ଭିତରେ ଆଠମଲ୍ଲିକ ବନଖଣ୍ଡ ହଣ୍ଡପା ରେଞ୍ଜର ୧୮ ନମ୍ବର କମ୍ପାଟମେଣ୍ଟର ଏଡା ଫରେଷ୍ଟ ବିଟ୍ ନିକଟରୁ ଏକ ହାତୀର ଆହତ ଘଟଣା ସାମ୍ନାକୁ ଆସିଛି । ଦୁଇ ଦିନ ତଳେ ୫୦ ବର୍ଷ ବୟସ୍କା ମାଈ ହାତୀ  ଆହତ ହୋଇ ବୁଲୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ବନ ବିଭାଗ ହାତୀଟିର ଚିକିତ୍ସା ପାଇଁ ପ୍ରୟାସ ଆରମ୍ଭ କରିଥିଲା । ହାତୀଟି ଲୋକଙ୍କୁ ମାରିବାକୁ ଗୋଡାଉଥିବାରୁ ବନ ବିଭାଗ ତା ନିକଟକୁ ଯାଇ କି ଟ୍ରାଙ୍କୁଲାଇଜ କରି ତାର ଚିକିତ୍ସା କରିପାରିନଥିଲା ।

ଗାଁ ଲୋକଙ୍କ କହିବା ଅନୁସାରେ ହାତୀଟି ଗାଁରେ ଉତ୍ପାତ କରି ସବୁ ଫସଲ ନଷ୍ଟ କରିଛି । ଭୟରେ ଲୋକେ ସନ୍ଧ୍ୟା ହେଲା ମାତ୍ରେ ନିଆଁହୁଳା ଧରି ଗାଁରେ ପହରା ଦେଉଛନ୍ତି । ସେମାନଙ୍କ କହିବା ମୁତାବକ ମାଈ ହାତୀର ବାମ ଗୋଡ଼ରେ ଏକ କ୍ଷତ ହୋଇଛି । ହାତୀ ନିକଟକୁ କେହି ଯାଇପାରି ନଥିବାରୁ କେଉଁ କାରଣରୁ କ୍ଷତ ହେଇଛି ଜଣାପଡିନି । ବନ ବିଭାଗ ତରଫରୁ ଏ ପର୍ଯ୍ୟନ୍ତ ପ୍ରତିକ୍ରିୟା ମିଳୁନଥିବାରୁ ସତ୍ୟାସତ୍ୟ ଏବେ ସନ୍ଦେହ ଘେରରେ ରହିଛି । ଅନ୍ୟପକ୍ଷରେ ଲୋକଙ୍କ ଭିତିରି ଖବର ମୁତାବକ  ନିକଟ ଗାଁର ଶିକାରି ଅନ୍ୟ ହାତୀକୁ ଗୁଳି ମାରିବା ସମୟରେ ମାଈ ହାତୀ ଦେହରେ ଗୁଳି ବାଜି ଥାଇପାରେ ବୋଲି ଆଲୋଚନା ହେଉଛି । ତେବେ ଡିଏଫଓ ଦେଇଥିବା ସୂଚନା ମୁତାବକ ହାତୀ କୁଆଡେ ତାର ଗୋଠକୁ ଫେରିଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com