ଓଡ଼ିଶା

ଗୋଷାଣିନୁଆଁଗାଁ ହଲ୍କ ଫିଟନେସ ଜିମର ପ୍ରଥମ ବାର୍ଷିକଉତ୍ସବରେ ରକ୍ତଦାନ ଶିବିର

ବ୍ରହ୍ମପୁର, ୦୩/୦୮/୨୦୨୨ – ଗୋଷାଣିନୁଆଁଗାଁ ମୁଖ୍ୟ ଛକ ଠାରେ ଥିବା ହଲ୍କ୍ ଫିଟନେସ ଜିମ୍ ର ପ୍ରଥମ ବାର୍ଷିକ ଉତ୍ସବରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।  ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।

ହଲ୍କ୍ ଫିଟନେସ ଜିମରେ ଉନ୍ନତ ମାନର ବ୍ୟାୟାମଶାଳା ସହ ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧପୂର୍ଣ୍ଣ ସମସ୍ତ ସୁବିଧା ଉପଲବ୍ଧ ଥିବା ମାଲିକ ଶିବ ଶଙ୍କର ପାଢ଼ୀ କହିଛନ୍ତି । ଏହି ରକ୍ତଦାନ ଶିବିରରେ ପ୍ରାୟ ୬୦ରୁ ଉର୍ଦ୍ଧ୍ବ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି । ଅନ୍ୟମାନଙ୍କ ମଧ୍ୟରେ ଜିମ୍ ମାଲିକ ଶିବ ଶଙ୍କର ପାଢ଼ୀ , ରାଜେନ୍ଦ୍ର ପଣ୍ଡା, ବିରଜା ଦାଶ ଏବଂ ରାକେଶ ସାବତ, କୋର୍ପରେଟର ଭାଗିରଥି ମହାରଣା, ପ୍ରମୁଖ ଉପସ୍ଥିତ ଥିବା ବେଳେ ଆଦିତ୍ୟ ପଟ୍ଟନାୟକ, ଅମ୍ରିତ୍ ରାଜ୍, ବାବୁ, ସୁମନ, ଶ୍ରୀକାନ୍ତ ,ସଂଗ୍ରାମ, ନିଖିଳ, ଶିବ, ଅନନ୍ତ ପ୍ରମୁଖ ଏହି ଉଦଘାଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବିଧାୟକ ବିକ୍ରମ କୁମାର ପଣ୍ଡା, ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚ୍ୟାଉପଟ୍ଟନାୟକ, ଡେ଼ପୁଟି ମେୟର ଇ. ବିବେକ ରେଡ଼ି, ସମାଜସେବୀ ଏ.ସନ୍ତୋଷ ପାତ୍ର, ରାଜ୍ୟ ବିଜେଡ଼ି ସମ୍ପାଦକ ସୁବାସ ମହାରଣା ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com