ଓଡ଼ିଶା

ଅବକାରୀ ବିଭାଗର ଚଢ଼ାଉ : ନକଲି ମଦ ଜବତ, ଜଣେ ଗିରଫ

ବ୍ରହ୍ମପୁର ଅଫିସ, ୦୪/୦୮/୨୦୨୨ – ଗଞ୍ଜାମ ଜିଲ୍ଲା ଚିକିଟିରେ ଦ୍ଵିତୀୟ ସରକାରୀ ଲାଇସେନ୍ସ ପ୍ରାପ୍ତ ବାର ଓ ରେଷ୍ଟରାଣ୍ଟ ଖୋଲିବା ପରେ ନକଲି ମଦ ତିଆରି ଓ ବିକ୍ରି ଉପରେ ଅବକାରୀ ବିଭାଗର ଚେତା ପଶିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଅବକାରୀ ସୁପରିଟେଣ୍ଡେଣ୍ଟ ରମେନ୍ଦ୍ର କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଏକ ଷ୍ଟ୍ରାଇକ ଫୋର୍ସ ଚିକିଟି ପେଣ୍ଠ ସ୍ଥିତ ବାଙ୍କେଶ୍ୱରୀ ଫେମିଲି ରେଷ୍ଟରେଣ୍ଟରୁ ୩୩. ୮୪୦ ଲିଟର ନକଲି ବିଦେଶୀ ମଦ ଜବତ କରିବା ସହିତ ରାମଚନ୍ଦ୍ର ସାହୁ ନାମକ ଜଣକୁ ଗିରଫ କରି ଆଜି ପାତ୍ରପୁର କୋର୍ଟ ଚାଲାଣ କରିଛି l  ଅନ୍ୟମାନେ ଅବକାରୀ ବିଭାଗକୁ ଚକମା ଦେଖାଇ ଖସିଯାଇଥିବା ଜଣାପଡିଛି l ଅବକାରୀ ବିଭାଗ ତରଫରୁ ଏ ସମ୍ପର୍କରେ କେସ ନଂ – ୭୪/୨୨  ରେ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଛି l ଉକ୍ତ ରେଷ୍ଟରାଣ୍ଟରେ ବହୁ ମାସ ଧରି ବିଦେଶୀ ମଦରେ ରଙ୍ଗ ମିଶାଇ ହତାଭିଡା ନକଲି ବିଦେଶୀ ମଦ ବିକ୍ରି ହେବାର ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା କେହି ଧରା ପଡୁନଥିଲେ ଓ ଅବକାରୀ ବିଭାଗ ଘଣ୍ଟ ଘୋଡାଉଥିଲେ । ଏ ସମ୍ପର୍କରେ ଅବକାରୀ ଏସ.ପି ଙ୍କୁ ସୂଚନା ଦେବା ପରେ  ଏହି ଚଢ଼ାଉ ହୋଇଥିଲା । ଏହି ଚଢ଼ାଉ ରେ ଅବକାରୀ ଇନ୍ସପେକ୍ଟର ମିହିର କୁମାର ସେଠି, ସୁଧାଂଶୁ ମୁଣ୍ଡା, ତପସ୍ୱିନୀ ବରାଳ, ସ୍ଥାନୀୟ ତହସିଲଦାର ତଥା ମାଜିଷ୍ଟେଟ ବିଶ୍ୱରଞ୍ଜନ କହଁର ଉପସ୍ଥିତ ଥିଲେ |

Related Articles

Back to top button
WP Twitter Auto Publish Powered By : XYZScripts.com