ଅନ୍ତର୍ଜାତୀୟଜାତୀୟବିଜ୍ଞାନ ଓ ପ୍ରଯୁକ୍ତିଶିକ୍ଷା

ନାଲାଥାମ୍ବି କଲାଇସେଲଭି ହେଲେ ସିଏସଆଇଆରର ନୂଆ ମହାନିର୍ଦ୍ଦେଶକା

ନୂଆଦିଲ୍ଲୀ, ୦୭/୦୮/୨୦୨୨-  ଲିଥିଅମ ଆୟନ ବ୍ୟାଟେରୀ କ୍ଷେତ୍ରରେ ଯଥେଷ୍ଟ ଅଭିଜ୍ଞତା ହାସଲ କରିଥିବା ନାଲାଥାମ୍ବି କଲାଇସେଲଭି ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ପରିଷଦ ବା ସିଏସଆଇଆରର ମହାନିର୍ଦ୍ଦେଶକ ହୋଇଛନ୍ତି । ଦେଶର ୩୮ଟି ପ୍ରମୁଖ ଗବେଷଣା ପ୍ରତିଷ୍ଠାନକୁ ଗଠିତ ସିଏସଆଇଆରର ମହାସଚିବ ହୋଇଛନ୍ତି ନାଲାଥାମ୍ବି । ଦୁଇ ବର୍ଷ ଲାଗି ସେ ଏହି ଦାୟିତ୍ବରେ ରହିବେ । ଏହାସହ ସେ ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ବିଭାଗର ସଚିବ ଦାୟିତ୍ବ ମଧ୍ୟ ତୁଲାଇବେ ।  ନାଲାଥାମ୍ବି ବର୍ତ୍ତମାନ ସେଣ୍ଟ୍ରାଲ ଇଲେକ୍ଟ୍ରୋନିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶିକା ଅଛନ୍ତି ।

ଲିଥିଅମ, ସୁପରକାପାସିଟର, ଇଲକ୍ଟ୍ରୋଡ, ଇଲେକ୍ଟ୍ରୋଲାଇଟ ଆଦି କ୍ଷେତ୍ରରେ ବି ସେ କାର୍ଯ୍ୟ କରିବା ସହ ବିଭିନ୍ନ ଗବେଷଣା ପ୍ରକଳ୍ପରେ ୨୫ ବର୍ଷର ଅଭିଜ୍ଞତା ହାସଲ କରିଛନ୍ତି । ପ୍ରଥମ ଥର ଜଣେ  ମହିଳା ଭାବେ ନାଲାଥାମ୍ବି  ସିଏସଆଇଆରର ମହାନିର୍ଦ୍ଦେଶକ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com