ଜାତୀୟ

ଧର୍ମ କିମ୍ବା ଭାଷା ଆଧାରରେ ସଂଖ୍ୟାଲଘୁ ମନ୍ୟତା ଆଇନ ବିରୋଧୀ

ଭାଷା କିମ୍ବା ଧର୍ମ ଆଧାରରେ କୌଣସି ଧର୍ମକୁ ସଂଖ୍ୟାଲଘୁ ମାନ୍ୟତା ମିଳିବ ନାହିଁ ଜିଲ୍ଲା ସ୍ତରରେ ସଂଖ୍ୟାଲଘୁ ମାନ୍ୟତା ଦେବା ନେଇ ଆଗତ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏପରି ରାୟ ପ୍ରଦାନ କରିଛନ୍ତି ଜିଲ୍ଲା ସ୍ତରରେ କୌଣସି ସଂପ୍ରଦାୟକୁ ଭାଷା କି ଧର୍ମ ଆଧାରରେ ଯଦି ସଂଖ୍ୟାଲଘୁ ମାନ୍ୟତା ଦିଆଯାଏ, ତେବେ ତାହା ଆଇନ ବିରୋଧୀ ହେବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି ଏକ ମାମଲା ସୁପ୍ରିମକୋର୍ଟରେ ଆଗତ କରାଯାଇଥିଲା ପିଟିସନରେ କୁହାଯାଇଥିଲା, ହିନ୍ଦୁମାନେ ସାମାଜିକ, ଆର୍ଥିକ ରାଜନୈତିକ ସ୍ତରରେ ଦୁର୍ବଳ ରହିଛନ୍ତି ତେଣୁ ସେମାନଙ୍କୁ ଜିଲ୍ଲା ସ୍ତରରେ ସଂଖ୍ୟାଲଘୁ ଘୋଷଣା କରାଯାଉ ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଶୁଣାଣି କରି ଜିଲ୍ଲା ସ୍ତରରେ କୌଣସି ସଂପ୍ରଦାୟକୁ ସଂଖ୍ୟାଲଘୁ ମାନ୍ୟତା ଦେବା ସମ୍ଭବ ନୁହେଁ ବୋଲି କହିଛନ୍ତି କୌଣସି ସଂପ୍ରଦାୟକୁ ସଂଖ୍ୟାଲଘୁ ମାନ୍ୟତା କେବଳ ରାଜ୍ୟ ସ୍ତରରେ ଦେବା ସମ୍ଭବ ବୋଲି ସର୍ବୋଚ୍ଚ ଅଦାଲତଙ୍କ ଖଣ୍ଡପୀଠ କହିଛନ୍ତି ଜଷ୍ଟିସ ୟୁ.ୟୁ ଲଳିତ ଏସ. ରବିନ୍ଦ୍ର ଭଟଙ୍କୁ ନେଇ ଏହି ଖଣ୍ଡପୀଠ ଗଠିତ ହୋଇଥିଲା ଏଭଳି ଏକ ପ୍ରସଙ୍ଗରେ କର୍ଣ୍ଣାଟକ ହାଇକୋର୍ଟର ୧୧ ଜଣିଆ ବେଞ୍ଚ ବିସ୍ତୃତ ଅନୁଧ୍ୟାନ କରିଥିଲେ ଏହା ଆଇନ ସମ୍ମତ ନୁହେଁ ବୋଲି ୨୦୦୨ରେ ଉକ୍ତ ବେଞ୍ଚ ରାୟ ଦେଇଥିଲା

Related Articles

Back to top button
WP Twitter Auto Publish Powered By : XYZScripts.com