![](https://i0.wp.com/odia.mobilenews24x7.com/wp-content/uploads/2022/08/plantation.jpg?resize=780%2C470&ssl=1)
ବ୍ରହ୍ମପୁର, ୧୧/୦୮/୨୦୨୨- ବିଜେପି ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୨୭ ନଂ ୱାର୍ଡ଼ କର୍ପୋରେଟର ନୀଳକଣ୍ଠ ସାହୁଙ୍କ ତତ୍ତ୍ୱାବଧାନରେ ଗୋଷାଣୀନୂଆଗାଁ, ମୟୁର ବିହାର ସ୍ଥିତ ରୟାଲ୍ ଫାର୍ମାସୀ କଲେଜ ପାର୍ଶ୍ୱରେ “ବୃକ୍ଷ ରୋପଣ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୀଳକଣ୍ଠଙ୍କ ୪୨ ତମ ଜନ୍ମ ଦିନ ଉପଲକ୍ଷେ ୪୨ ଗୋଟି ଔଷଧୀୟ “ବୃକ୍ଷ ରୋପଣ” କରାଯାଇଥିଲା । ସମାଜକୁ ସବୁଜ ସୁନ୍ଦର କରିବା ସହ ପରିବେଶକୁ ସନ୍ତୁଳନ କରିବା ଏବଂ ବିଶ୍ୱ ଉଷ୍ମତାକୁ କମେଇବାରେ ବୢକ୍ଷ ରୋପଣ ଏକ ମାତ୍ର ଉପାୟ ବୋଲି ନୀଳକଣ୍ଠ ପ୍ରକାଶ କରିବା ସହ ଆଗାମୀ ଦିନରେ ଗୋଟିଏ ଗଛ ଗୋଟିଏ ସଂକଳ୍ପ ନେଇ ଏହି “ବୢକ୍ଷ ରୋପଣ” କାର୍ଯ୍ୟକ୍ରମକୁ ବ୍ରହ୍ମପୁର ମହାନଗରରେ ଆହୁରି ଅଧିକ ତ୍ୱରାନିତ୍ୱ କରାଯିବ ବୋଲି ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କାହ୍ନୁ ଚ଼ରଣ ପତି କହିଛନ୍ତି । ଏହି ବୢକ୍ଷ ରୋପଣ କାର୍ଯ୍ୟକ୍ରମରେ ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ତଥା ବରିଷ୍ଠ ନେତା କାହ୍ନୁ ଚ଼ରଣ ପତି ,ଜିଲ୍ଲା ସାଧାରଣ ସମ୍ପାଦକ ଏନ୍.ରାଜେନ୍ଦ୍ର କୁମାର, ପ୍ରଭାତ କିରଣ ଷଡ଼ଙ୍ଗୀ, ଜିଲ୍ଲା ଉପ ସଭାପତି ରାମ କୁମାର ପାତ୍ର, ଜିଲ୍ଲା ସମ୍ପାଦକ ତଥା କର୍ପୋରେଟର ପ୍ରଦୀପ ଶତପଥି, ବନିତା ସାହୁ, ଡ଼ି.କରୁଣାକର,ସବିତା ସାହୁ,ସୁଶିଳା ମଲ୍ଲିକ,ରାଜ୍ୟ ମହିଳାମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର,ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ମୀନା ଦ୍ୟାନସାମନ୍ତରା, ଚିତ୍ତରଞ୍ଜନ ସାହୁ ପ୍ରମୁଖଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଯୋଗ ଦେବା ସହ ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ଉପସ୍ଥିତ ରହି ଏହି “ବୢକ୍ଷ ରୋପଣ” କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।