ଜାତୀୟ

ବ୍ରିଟିଶ ପାଉଣ୍ଡର ଗନ ନୁହେଁ ଏଥର ସ୍ୱାଧୀନତା ଦିବସରେ ATAGS ତୋପରେ ଦିଆଯିବ ସଲାମୀ

ଚଳିତବର୍ଷ ଲାଲକିଲ୍ଲାରେ ସ୍ୱାଧୀନତା ଦିବସ ପାଳନରେ ସ୍ୱଦେଶୀ ଆର୍ଟିଲାରୀ ଗନରୁ ୨୧ ତୋପ ସଲାମୀ ଦିଆଯିବ। ଏପର୍ଯ୍ୟନ୍ତ ଦ୍ୱିତୀୟ ବିଶ୍ୱଯୁଦ୍ଧକାଳର ବ୍ରିଟିଶ ପାଉଣ୍ଡର ଗନରୁ ଏହି ତୋପ ସଲାମୀ ଦିଆଯାଉଥିଲା। ସ୍ୱାଧୀନତାର ୭୫ ତମ ବାର୍ଷିକ ଅବସରରେ ପ୍ରଥମ ଥର ନୂଆ ପଦକ୍ଷେପ ନିଆଯାଇଛି। କେନ୍ଦ୍ର ପ୍ରତିରକ୍ଷା ସଚିବ ଡା. ଅଜୟ କୁମାରଙ୍କ ଅନୁସାରେ ରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ମେକ-ଇନ-ଇଣ୍ଡିଆରେ ଆଡଭାନ୍ସ ଟୋଡ ଆର୍ଟିଲାରୀ ଗନ ସିଷ୍ଟମ (ଏଟିଏଜିଏସ୍) ବିକଶିତ କରିଛନ୍ତି। ଏପର୍ଯ୍ୟନ୍ତ ପରମ୍ପରାଗତ ଭାବେ ସଲାମୀ ଲାଗି ବ୍ୟବହୃତ ହେଉଥିବା ବ୍ରିଟିଶ ତୋପ ସାଙ୍ଗକୁ ସ୍ୱଦେଶୀ ହୋୱିଟଜୋର ତୋପ ମଧ୍ୟ ସଲାମୀ ଦେବେ। ଏଥିଲାଗି ଆଡଭାନ୍ସଡ ଟାଡ ଆର୍ଟିଲେରୀ ଗନ ସିଷ୍ଟମ (ଏଟିଏଜିଏସ୍)ର ପ୍ରୋଟୋ ଟାଇପ୍ କୁ ଉପଯୋଗ କରାଯିବ। ଏହି ତୋପର ବ୍ୟବହାର ସ୍ୱଦେଶୀ ରୂପେ ତୋପ ବିକଶିତ କରିବାରେ ଭାରତର ବର୍ଦ୍ଧିତ କ୍ଷମତାର ପ୍ରତୀକ ଭାବେ କରାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com