ଜାତୀୟ

ଘରଭଡ଼ାରେ ଦେବାକୁ ପଡ଼ିବ ୧୮% ଜିଏସ୍‌ଟି

ଭଡ଼ାଟିଆଙ୍କ ଚିନ୍ତା ବଢ଼ିଲା। ଘରଭଡ଼ାରେ ଦେବାକୁ ପଡ଼ିବ ୧୮ ପ୍ରତିଶତ ଜିଏସ୍‌ଟି। ଜୁଲାଇ ୧୮ ତାରିଖରେ ଲାଗୁ ହୋଇଥିବା ନୂଆ ଜିଏସ୍‌ଟି ନିୟମରେ ଏଭଳି ପ୍ରାବଧାନ ରହିଛି। ତେବେ କେଉଁ ଭଡ଼ାଟିଆମାନଙ୍କୁ ଜିଏସ୍‌ଟି ଦେବାକୁ ପଡ଼ିବ ସେ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି କେନ୍ଦ୍ର ସରକାର। ଆବାସିକ ସ୍ଥଳୀକୁ ବ୍ୟବସାୟିକ ୟୁନିଟ୍‌କୁ ଭଡ଼ା ଦେଇଥିଲେ ସେଥିରେ ଭଡ଼ାଟିଆକୁ ୧୮ ପ୍ରତିଶତ ଜିଏସ୍‌ଟି ଦେବାକୁ ପଡ଼ିବ ବୋଲି ସରକାର କହିଛନ୍ତି। ଶୁକ୍ରବାର ଏନେଇ ସ୍ପଷ୍ଟୀକରଣ ଦେବା ବେଳେ ସରକାର କହିଛନ୍ତି ଯେ ଯଦି ଆବାସିକ ସ୍ଥଳୀକୁ କୌଣସି ବ୍ୟକ୍ତିଙ୍କୁ ବ୍ୟକ୍ତଗତ ବ୍ୟବହାର ଭଡ଼ା ଦିଆଯାଇଥାଏ। ତେବେ ସେଥିରେ ଜିଏସ୍‌ଟି ଦେବାକୁ ପଡ଼ିବ ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com