ଜାତୀୟରାଜନୀତି

RSS ଏବଂ ମୋହନ ଭାଗବତ ବଦଳାଇଲେ ଟ୍ୱିଟର ପ୍ରୋଫାଇଲ ପିକ୍‌

ସ୍ୱାଧୀନତା ଦିବସ ପୂର୍ବରୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ୍) ନିଜର ଟ୍ୱିଟର ହ୍ୟାଣ୍ଡେଲରେ ପ୍ରୋଫାଇଲ ପିକଚର ବଦଳାଇଛି। ଆରଏସଏସ ନିଜ ପ୍ରୋଫାଇଲ ପିକଚରରେ ସଂଘ ପତାକା ବଦଳେ ତ୍ରିରଙ୍ଗା ଲଗାଇଛନ୍ତି। ସେହିପରି ସଂଘ ପ୍ରମୁଖ ମୋହନ ଭାଗବତ ମଧ୍ୟ ନିଜ ସୋସିଆଲ ମିଡିଆରେ ପ୍ରୋଫାଇଲ ପିକଚର ସ୍ଥାନରେ ଜାତୀୟ ପତାକା ଛବି ଲଗାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ  ଆରଏସଏସ ଓ ସଂଘ ମୁଖ୍ୟ ସେମାନଙ୍କ ପ୍ରୋଫାଇଲ ପିକଚର ବଦଳାଇ ନଥିବାରୁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ଏହାକୁ ପ୍ରସଙ୍ଗ କରିଥିଲେ। କଂଗ୍ରେସ ନେତା ତଥା ମୁଖପାତ୍ର ପବନ ଖେଡା ଆରଏସଏସ ଓ ଏହାର ମୁଖ୍ୟ ମୋହନ ଭାଗବତଙ୍କ ପ୍ରୋଫାଇଲ ଫଟୋର ସ୍କ୍ରିନ ସଟ୍ ସେୟାର କରି ଏକ ଟ୍ୱିଟ୍ କରିଥିଲେ। ଯେଉଁଥିରେ ସଂଘ ବାଲେ ଏବେ ତ ତିରଙ୍ଗା ଆପଣାନ୍ତୁ ବୋଲି ଉଲ୍ଲେଖ କରିଥିଲେ। ସେହିପରି କଂଗ୍ରେସ ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଜୟରାମ ରମେଶ ମଧ୍ୟ ସଂଘର ଉଲ୍ଲେଖ କରି ୫୨ ବର୍ଷ ହେଲା ଜାତୀୟ ପତାକା ଉଡାଇ ନଥିବା ସଙ୍ଗଠନ ନିଜ ସୋସିଆଲ ମିଡିଆ ଡିପିରେ ଜାତୀୟପତାକା ଛବି ଲଗାଇବାକୁ ପ୍ରଧାନମନ୍ତ୍ରୀଙ୍କ ଆଗ୍ରହକୁ ସ୍ୱୀକାର କରିବେ କି ବୋଲି ପ୍ରଶ୍ନ କରିଥିଲେ।

ଆରଏସଏସ୍ ପ୍ରଚାର ବିଭାଗ ସହ ପ୍ରଭାରୀ ନରେନ୍ଦ୍ର ଠାକୁର ସଂଘ ତାର ସବୁ କାର୍ଯ୍ୟାଳୟରେ ଜାତୀୟ ପତାକା ଉଡାଇ ସ୍ୱାଧୀନତା ଦିବସ ପାଳନ କରେ ବୋଲି କହିଛନ୍ତି। ସେହି ପରି ହର ଘର ତିରଙ୍ଗା ଅଭିଯାନରେ ସଂଘ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ପ୍ରୋଫାଇଲ ଛବି ସ୍ଥାନରେ ସଂଘ ପତାକା ହଟାଇ ଜାତୀୟ ପତାକା ଲଗାଇଥିବା କହିଛନ୍ତି। ସେହିପରି ଆଏସଏସ କାର୍ଯ୍ୟକର୍ତ୍ତାମାନେ ହର ଘର ତିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରତ୍ୟେକ ସ୍ତରରେ କାର୍ଯ୍ୟ କରୁଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦି ନାଗରିକଙ୍କୁ ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ପ୍ରୋଫାଇଲ ଛବି ସ୍ଥାନରେ ଜାତୀୟ ପତାକା ଲଗାଇବାକୁ ନିବେଦନ କରିଛନ୍ତି।  ସେହିପରି କେନ୍ଦ୍ର ସରକାର ‘ହର ଘର ତିରଙ୍ଗା’ ଅଭିଯାନରେ ଅଗଷ୍ଟ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଲୋକଙ୍କ ଘର ଉପରେ ଜାତୀୟ ପତାକା ଉଡାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com