ଜାତୀୟ

ରାଜ୍ୟରେ ୧୦ ଲକ୍ଷ ଚାକିରି ସହ ୨୦ ଲକ୍ଷ ଲୋକଙ୍କୁ ମିଳିବ ରୋଜଗାର

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ଗାନ୍ଧୀ ମୈଦାନରେ ରାଜ୍ୟବାସୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି ଆଗାମୀ ଦିନରେ ରାଜ୍ୟର ୧୦ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ଚାକିରି ଦେବା ସହ ୨୦ ଲକ୍ଷ ଲୋକଙ୍କୁ ରୋଜଗାର ପ୍ରଦାନ କରାଯିବ । ଏହି ସଭାରେ ନୀତିଶ ଏଭଳି ଘୋଷଣା କରିବା ସହ ବିରୋଧୀଙ୍କୁ ବି ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ବିରୋଧୀମାନେ ଗୋଟିଏ ସପ୍ତାହ ହେବ ୧୦ ଲକ୍ଷ ରୋଜଗାର ନେଇ ଜବାବ ମାଗୁଥିଲେ । ଏବେ ବିରୋଧୀଙ୍କ ମୁହଁ ଚୁପ୍ ହୋଇଯିବ ବୋଲି ନୀତିଶ ସଭାରେ କହିଛନ୍ତି ।

ଏହି ସଭାରେ ନୀତିଶ କହିଛନ୍ତି କି, ଏବେ ଆମେମାନେ ଗୋଟିଏ ସ୍ଥାନରେ ମିଳିତ ହୋଇଛୁ ଏହି ଅବସରରେ ଆମର ଲକ୍ଷ୍ୟ ରହିଛି କି ରାଜ୍ୟରେ ଶିକ୍ଷିତ ବେକାରୀମାନଙ୍କୁ କିଭଳି ଅଧିକରୁ ଅଧିକ ସରକାରୀ ଚାକିରି ପ୍ରଦାନ କରାଯାଇ ପାରିବ ଏହାସହ ବେକାର ଲୋକଙ୍କ ପାଇଁ ରୋଜଗାରର ଅବସର ସୃଷ୍ଟି କରାଯାଇ ପାରିବ ଏହା ହିଁ ଆମ ସରକାରର ପ୍ରଥମ ପ୍ରାଥମିକତା ବୋଲି ସେ କହିଛନ୍ତି  । ସେପଟେ ନୀତିଶ କୁମାରଙ୍କ ଏଭଳି ଘୋଷଣାକୁ ଐତିହାସିକ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏନେଇ ସେ ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସ୍ୱାଗତ କରିଛନ୍ତି । ସୂଚନା ଥାଉକି ବିଧାନସଭା ନିର୍ବାଚନ ବେଳେ ଆରଜେଡି ନେତା ତେଜସ୍ୱୀ ଯାଦବ ସରକାର ଗଠନ କଲେ ରାଜ୍ୟର ୧୦ ଲକ୍ଷ ଯୁବକଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com