ଓଡ଼ିଶା

ବାପାଙ୍କୁ ହତ୍ୟା କରି ଶବଦାହ ପାଇଁ ଉଦ୍ୟମ କରୁଥିଲେ ୨ ପୁଅ, ମାଡ଼ିବସିଲା ପୁଲିସ

ଢେଙ୍କାନାଳ: ବାପଙ୍କୁ ହତ୍ୟା କରିଛି ପୁଅ। ହତ୍ୟା ପରେ ମୃତଦେହକୁ ପୋଡି ଦେବା ପାଇଁ ଯୋଜନା କରୁଥିବା ସମୟରେ ଘଟଣାସ୍ଥଳରେ ପହଞ୍ଚି ଟାଉନ ଥାନା ପୁଲିସ ଶବକୁ ଜବତ କରିଛି। ଟାଉନଥାନା କୋରିଆଁ କାଳିସାହିରେ ଏହି ଅଦ୍ଭାବନୀୟ ଘଟଣା ଘଟିଛି। ମୃତକ ହେଲେ ତ୍ରିଲୋଚନ ପ୍ରଧାନ।

ସୂଚନା ମୁତାବକ ସାନ ପୁଅ ଦିପକକୁ ବାପା ଏକ ଦାମି ବାଇକ କିଣି ଦେଇଥିଲେ। ବଡପୁଅ ପ୍ରକାଶ ଏହାକୁ ସହ୍ୟ କରିପାରୁ ନଥିଲା। ସେ ମଧ୍ୟ ବାପାଙ୍କୁ ଟଙ୍କା ମାଗିଥିଲା। କିନ୍ତୁ ପ୍ରକାଶଙ୍କୁ ବାପା ଟଙ୍କା ନଦେବାରୁ ଏବଂ ଜମିବାଡ଼ିକୁ ନେଇପାରିବା ଅଶାନ୍ତିରେ ଗତକାଲି ରାତିରେ ସାନ ପୁଅ ଘରେ ନଥିବାବେଳେ ଆକ୍ରମଣ କରିଥିଲା। ବାପା ତ୍ରିଲୋଚନ ପ୍ରଧାନକୁ ମାଡମାରିବା ସହିତ ଏକ ଧାରୁଆ ବ୍ଲେଡରେ ବେକକୁ କାଟି ଦେଇଥିଲା ଏବଂ ପଥରରେ ଛେଚିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତ୍ରିଲୋଚନଙ୍କର ମୃତ୍ୟୁ ହୋଇଥିଲା।

ଆଜି ସକାଳେ ୨ପୁଅ ମିଶି ବାପାଙ୍କର ଶବକୁ ସାହି ନିକଟସ୍ଥ ପଥରଖାଇକୁ ନେଇ ଦାହ କରିବାପାଇଁ ଯାଉଥିବା ସମୟରେ ଟାଉନ ଥାନା ପୁଲିସ ଖବର ପାଇ ସେମାନଙ୍କୁ ମାଡି ବସିଥିଲା। ଶବ ଜବତ କରିବା ସହିତ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ଟାଉନ ଥାନା ପୁଲିସ। ଏଭଳି ଏକ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com