
କଟକ: ମିଳିଲା ମୃତଦେହର ପରିଚୟ । ମହାନଦୀରେ ଭାଷୁଥିବା ଅଜଣା ମୃତଦେହ ରେଭେନ୍ସା ପ୍ରଫେସରଙ୍କର ବୋଲି ସୂଚନା ମିଳିଛି । ମୃତକ ହେଲେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ବୈଷ୍ଣବ ଚରଣ ସିଂହ(୭୮)। ତାଙ୍କ ଘର କଟକ ରାଜେନ୍ଦ୍ରନଗର ହୋଇଥିବାବେଳେ ସେ ନନ୍ଦନକାନନ ପାଖାପାଖି ରହୁଥିଲେ। ମୃତକଙ୍କ ପରିବାର ଲୋକ ୧୫ତାରିଖ ଦିନ ସେ ନିଖୋଜ ଥିବା ନେଇ ନନ୍ଦନକାନନ ଥାନାରେ ଏତଲା ଦେଇଥିଲେ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ଘଟଣା ସ୍ଥଳରେ ମାଲଗୋଦାମ ଥାନା ପୁଲିସ ତଦନ୍ତ ଜାରି ରଖିଛି।